www.samajalive.in
Thursday, December 11, 2025
18.1 C
Bhubaneswar

ଲୁଟ ସୁନା ଚେନ ଫେରାଇଲା ପୁଲିସ

ଗୋପାଳପୁର: ଗୋପାଳପୁର ପୁଲିସ ଗୋପାଳପୁର ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ବେକରୁ ଲୁଟ ହୋଇଥିବା ୨୫ ଗ୍ରାମର ଏକ ସୁନା ଚେନ ସହ ଲକେଟକୁ ଆଜି ଥାନା ପରିସରରେ ପର୍ଯ୍ୟଟକଙ୍କୁ ହସ୍ତାନ୍ତର କରିଛି। ସୂଚନା ପ୍ରକାରେ ଏପ୍ରିଲ ମାସ ୪ ତାରିଖରେ କଟକ ଚୌଦ୍ୱାର ଇଏସ ଆଇ ମେଡିକାଲର ଡାକ୍ତର ସଂଘମିତ୍ରା ଜେନା ତାଙ୍କ ସହପରିବାର ସହ ଗୋପାଳପୁର ଆସି ପାନ୍ଥନିବାସରେ ରହିଥିଲେ। ୬ ତାରିଖ ସକାଳ ପ୍ରାୟ ସାଢେ ୬ଟା ସମୟରେ ପାନ୍ଥନିବାସରୁ ବାହାରି ବେଳାଭୂମି ରାସ୍ତା ଦେଇ ପ୍ରାତଃ ଭ୍ରମଣ ନିମନ୍ତେ ଯାଉଥିବା ସମୟରେ ବେଳାଭୂମି ନିକଟରେ ପଛପଟୁ ଦୁଇ ଜଣ ଦୁର୍ଵୃତ୍ତ ଆସି ଡାକ୍ତର ସଂଘମିତ୍ରା ପିନ୍ଧିଥିବା ୨୫ ଗ୍ରାମର ଏକ ସୁନା ଚେନ ସହ ଲକେଟ ଝାମ୍ପି ନେଇ ଚମ୍ପଟ ମାରିଥିଵା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣକୁ କାବୁ କରି ସେମାନଙ୍କ ଠାରୁ ସୁନା ଜବତ କରି କୋର୍ଟ ଚାଲାଣ କରିଥିଲା। ଶୁକ୍ରବାର ସଂଘମିତ୍ରା ଜେନା ଓ ସ୍ୱାମୀଙ୍କ ସହ ଗୋପାଳପୁର ଥାନାରେ ପହଂଚି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଓ ଏସ ଆଇ ମଣି ଦାଢ଼ିଆଙ୍କ ଠାରୁ ସୁନା ଚେଁ ଗ୍ରହଣ କରିଛନ୍ତି ପ୍ରଦାନ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories