www.samajalive.in
Monday, December 15, 2025
14.1 C
Bhubaneswar

ଅସହାୟ ପରିବାରକୁ ସହାୟତା ଅର୍ଥରାଶି ପ୍ରଦାନ କଲେ ଉପଜିଲ୍ଲାପାଳ

ଗୋପାଳପୁର: ଡୁରା ଗ୍ରାମର ଏକ ଅସହାୟ ପରିବାରକୁ ବ୍ରହ୍ମପୁର ଉପ ଜିଲ୍ଳାପାଳ ଦିନା ଦସ୍ତଗିରି ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ସୂଚନା ପ୍ରକାରେ ଡୁରା ଗ୍ରାମରେ ରହୁଥିବା ରିତୁ ଦାସ ଏକ ଦିନ ମଜୁରିଆ କାମ କରି ନିଜ ବିଧବା ମା, ପତ୍ନୀ, ଚାରି ବର୍ଷର ଓ ୫ ମାସର ଦୁଇ ଶିଶୁପୁତ୍ରକୁ ନେଇ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। ମୃତକ ରିତୁ ଗତ କିଛି ମାସ ହେବ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଥିଲେ। ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ରିତୁର ମୃତ୍ୟୁ ଘଟିଥିଲା। ଏ ନେଇ ବିଧବା ମା ପରିବାର ଚଳାଇବା ଏବଂ ଶୁଦ୍ଧିକାର୍ଯ୍ୟ କରିବା ପାଇଁ ସକ୍ଷମ ନଥିବାରୁ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଅନୁରୋଧ ପତ୍ର କରିଥିଲେ। ଉପ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ଅର୍ଥରାଶିକୁ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories