ରେଙ୍ଗାଲିକ୍ୟାମ୍ପ: ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲିଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସାରା ଓଡ଼ିଶାରେ ଏପ୍ରିଲ ୧ ଓଡ଼ିଶା ଦିବସ ଠାରୁ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ପକ୍ଷର ଦଶମ ଦିବସରେ ଓଡ଼ିଶା ଭାଷା, ସାହିତ୍ୟ ଓ ସାଂସ୍କୃତିକ ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ଅତାବିରା ବ୍ଲକ କାର୍ଯ୍ୟାଳୟର ସଭା ଗୃହ ଠାରେ ଆବାହକ ଅତାବିରା ବ୍ଲକ କଳାକାର ସଂଘର ସଭାପତି ଶଙ୍କର ବାରିକଙ୍କ ଆହ୍ଵାନ କ୍ରମେ ଲୋକକଳା ପାଇଁ ଦିନଟିଏ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ, ପଞ୍ଚାୟତ ଉନ୍ନୟନ ଅଧିକାରୀ ମହମ୍ମଦ ଆକବର, ଭାର ପ୍ରାପ୍ତ ଅତିରିକ୍ତ କନିଷ୍ଠ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମିତା କ୍ଷେତି, ବ୍ଲକ ସରପଞ୍ଚ ସଂଘ ସଭାପତି ଭାଗବତିଆ ସିଂ, ଅମଲି ପାଲି ସରପଞ୍ଚ କୁନୁ ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଶିକ୍ଷକ ମନୋଜ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଆସୁଥିବା ଅଞ୍ଚଳର ୨୦ ଜଣ ବରିଷ୍ଠ କଳାକାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
Popular Categories



