ଗୋପାଳପୁର: ଗୋପାଳପୁର ପାଣିପାଗ କେନ୍ଦ୍ରରେ ଆଜି ୭୫ତମ ବାର୍ଷିକ ଉତ୍ସବ ପାଳନ ହୋଇଥିଲା। କେନ୍ଦ୍ରରେ ଆଜି ପାଣିପାଗ ଆଗୁଆ ସତର୍କତା ସଂକେତକୁ ନେଇ ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା। ପ୍ରଦର୍ଶନ ଦେଖିବା ପାଇଁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ରାଡାର, ପବନ ମାପିବା ଯନ୍ତ୍ର, ବର୍ଷା ପାଣି ମାପିବା ଯନ୍ତ୍ର, ଥର୍ମୋମିଟର, ଜିପିଏସ ଆଦି ଯନ୍ତ୍ର ଦେଖିବା ସହ ପାଣିପାଗ ଏବଂ ଜଳଵାୟୁ ବିଷୟରେ ପଚାରି ବୁଝିଥିଲେ। ଏଥିରେ ଗୋପାଳପୁର ପାଣିପାଗ କେନ୍ଦ୍ରର ଅଧିକାରୀ ଏସ.କେ ମୂର୍ତ୍ତୀ, ସାଇଟିଫିକ ଅଫିସର ଉମାକାନ୍ତ ସାହା, ପାଣିପାଗ ବିଜ୍ଞାନୀ ବାଳକୃଷ୍ଣ ତ୍ରିପାଠୀ, ବାଳକୃଷ୍ଣ ସାହୁ, କଳ୍ପନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.