ସମ୍ବଲପୁର: ଓଡ଼ିଶା ସୋନପୁର ମହାବିଦ୍ୟାଳୟର ସଂସ୍କୃତ ବିଭାଗର ପୂର୍ବତନ ଛାତ୍ରୀ ତଥା ବୌଦ୍ଧ ଜିଲା କଣ୍ଟାମାଳ ସ୍ଥିତ ମକଡିଆପଦର ଗ୍ରାମର ନିବାସୀ ପ୍ରମୋଦ କୁମାର ପାତ୍ର ଓ ସୁଚିତ୍ରା ପାତ୍ରଙ୍କ ପୁତ୍ରୀ ଶୁଭଶ୍ରୀ ପାତ୍ର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତିରୁପତିରୁ ସଂସ୍କୃତ ବିଷୟରେ ପରାସ୍ନାତକ ତଥା ଆଚାର୍ଯ୍ୟ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ଛୋଟ ସମୟରୁ ମେଧାବୀ ଛାତ୍ରୀ ରହିଥିବା ଶୁଭଶ୍ରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସଂସ୍କୃତ ବିଷୟରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ। ଏବେ ସେ ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସଂସ୍କୃତରେ ଶିକ୍ଷା ଶାସ୍ତ୍ରୀ ଅଛନ୍ତି। ଭବିଷ୍ୟତରେ ଜଣେ ଶିକ୍ଷୟତ୍ରୀ ହେବାର ଆଶା ରଖିଥିବା ଶୁଭଶ୍ରୀ ତାଙ୍କର ଏହି ସଫଳତା ପାଇଁ ଅଭିଭାବକ ତଥା ବାପା ଓ ମାଁ ସମେତ ପରିବାରବର୍ଗଙ୍କୁ ଦେଇଛନ୍ତି।
Popular Categories



