www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱ ବନ ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ଠାରେ ଶୁକ୍ରବାର ବିଶ୍ୱ ବନ ଦିବସ କେନ୍ଦୁପତ୍ର ସାର୍କିଲ ପକ୍ଷରୁ ପାଳନ କରାଯାଇଛି। ସ୍ଥାନୀୟ ସିସିଏଫ (କେନ୍ଦୁପତ୍ର) ସାର୍କିଲର ସଭା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ସିସିଏଫ ସୁଦର୍ଶନ ବେହେରା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଶ୍ରମିକ ନେତା ଗୋକୁଳ ମେହେର, ସମ୍ବଲପୁର, ରେଢ଼ାଖୋଲ ଓ ଝାରସୁଗୁଡା କେନ୍ଦୁପତ୍ର ବନ ମଣ୍ଡଳର ଡିଏଫଓ, ଏସିଏଫ ଏବଂ ପ୍ରକୃତିବନ୍ଧୁ ତଥା ପୁର୍ବତନ ପ୍ରଧାନ ଶିକ୍ଷକ ଉଦିତ ପାଟ୍ଟଯୋଶୀ ଅତିଥି ରୂପେ ଯୋଗ ଦେଇଥିଲେ। ଚଳିତ ବର୍ଷ ଜଙ୍ଗଲ ଓ ଖାଦ୍ୟଥିମ ରହିଥିବା ବେଳେ ଏହି ବିଷୟବସ୍ତୁ ଉପରେ ଅତିଥି ମାନେ ବକ୍ତବ୍ୟ ଦେଇଥିଲେ। ସ୍ୱାଗତ ଭାଷଣ ଓ ବିଶ୍ୱ ବନ ଦିବସ ଉପରେ ରୁଣେନ୍ଦ୍ର କୁମାର ସ୍ୱାଇଁ ଉଦବୋଧ ଦେଇଥିବା ବେଳେ ମୋନାଲିସା ବାବୁ ଓ କୃଷ୍ଣ କୁମାର ଖୁଣ୍ଟିଆ ଉଦଘୋଷକ ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମରେ ୭୦ରୁ ଊର୍ଦ୍ଧ୍ବ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ମାନେ ଯୋଗ ଦେଇଥିଲେ। ଶେଷରେ ଇତିଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories