www.samajalive.in
Saturday, December 6, 2025
14.1 C
Bhubaneswar

ଜିଲାସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା

କେନ୍ଦୁଝରଗଡ଼଼: ସୂଚନା ଅଧିକାର ଆଇନ-୨୦୦୫ ଅଧିନିୟମ ୪ (୧) (ଖ) ପୂର୍ଣ୍ଣାଙ୍ଗ କାର୍ଯ୍ୟାନ୍ୱୟନ ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଏକ ଜିଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଦରବାରହଲଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ମାର୍ଗଦର୍ଶିକା ଅନୁଯାୟୀ ଜିଲା ସୂଚନା ଓ ଲୋକ ସମ୍ପର୍କ କେନ୍ଦୁଝର ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ଉପଜିଲାପାଳ କେନ୍ଦୁଝର ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ଶ୍ୱେତାଲିନା ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର କିରଣ କୁମାର ନାୟକ, ସହକାରୀ ଜିଲାପାଳ ସରୋଜ କୁମାର ମଲ୍ଲିକ, ସନ୍ତୋଷ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭୁବନେଶ୍ୱରରୁ ବିଷୟ ବିଶାରଦ ରଶ୍ମିରଞ୍ଜନ ରାଉତ ଯୋଗଦେଇ (ଡିସ୍‌‌କ୍ଲୋଜରର ଅପଡେସନ୍‌‌) ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସ୍ୱତପ୍ରବୃତ୍ତ ସୂଚନା ପ୍ରକାଶନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସୂଚନା ଅଧିକାର ଆଇନରେ ଦରଖାସ୍ତ ଗ୍ରହଣ ଓ ଉତ୍ତର ପ୍ରଦାନ, ଅନ୍‌‌ଲାଇନ୍‌‌ରେ ସମସ୍ତ ପ୍ରକ୍ରିୟା ସମ୍ପାଦନ କୌଶଳ, ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ଆଦି ବିଷୟରେ ବିଶଦ ଆଲୋଚନା କରିଥିଲେ। ପ୍ରଶ୍ନୋତ୍ତର ଅଧିବେଶନରେ କର୍ମଶାଳାରେ ଉପସ୍ଥିତ ଅଧିକାରୀଗଣ ସୂଚନା ଅଧିକାର ଆଇନରେ ଆବେଦନ ଗ୍ରହଣ ଓ ଉତ୍ତର ପ୍ରଦାନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ଦୂର କରିଥିଲେ। ଏହି କର୍ମଶାଳାରେ ଜିଲାର ବିଭିନ୍ନ ବିଭାଗ କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଜନସୂଚନା ଅଧିକାରୀ, ସହକାରୀ ଜନସୂଚନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories