କେନ୍ଦୁଝରଗଡ଼଼: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାଶିଆ ଆଇରନ ଏଣ୍ଡ ଡୋଲୋମାଇଟ ଖଣି ପାର୍ଶ୍ବବର୍ତ୍ତୀ କାଶିଆ (କ) ଗ୍ରାମରେ ଚାଲିଥିବା ଓ.ପି ଜିନ୍ଦଲ ମେମୋରିଆଲ ଫୁଟବଲ ପ୍ରତିଯୋଗିତାରେ କାଶିଆ (ଖ) ଦଳକୁ ପେନାଲ୍ଟି ସୁଟଆଉଟରେ ହରାଇ ସେରେଣ୍ଡା ଦଳ ଚାମ୍ପିଅନ ହୋଇଛି। ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ବଡ଼ବିଲ ଏସଡିପିଓ ଡି.ଏନ୍ ପିଙ୍ଗୁଆ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ।
Popular Categories



