www.samajalive.in
Saturday, December 6, 2025
15.1 C
Bhubaneswar

ଜିଲାସ୍ତରୀୟ ବିଶ୍ୱ ବନ ଦିବସ-୨୦୨୫ ପାଳିତ

କେନ୍ଦୁଝରଗଡ଼଼: ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଅଡିଟୋରିୟମ ଠାରେ ଶୁକ୍ରବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ଜିଲାସ୍ତରୀୟ ବିଶ୍ୱ ବନ ଦିବସ-୨୦୨୫ ପାଳିତ ହୋଇଯାଇଛି। ସହକାରୀ ବନ ସଂରକ୍ଷକ କେ. ନାଗରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ରାହାସ ବିହାରୀ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଜଙ୍ଗଲ ସୁରକ୍ଷା ଓ ଏହାର ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ଆହ୍ଵାନର ବିଷୟ ହୋଇଥିବା ବେଳେ ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ ଉନ୍ନୟନ ନିଗମ କେନ୍ଦୁଝର ମଣ୍ଡଳ ପରିଚାଳକ ଏନ୍‌‌ଏସ୍‌‌ଜେପି ସିଂହ,କେନ୍ଦୁଝର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତବର୍ଷର ଶୀର୍ଷକ ‘ବନ ଓ ଖାଦ୍ୟ’ କିଭଳି ପରସ୍ପର ପରିପୂରକ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories