ଚତୁର୍ଦଶ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଗୋପାଳପୁର: ନାରାୟଣପୁର ଠାରେ ଥିବା ଓମସାଇ ଇନସଚ୍ୟୁଟ ଅଫ ଟେକ୍ନିକାଲ ଏଡୁକେସନର ୧୪ ତମ ବାର୍ଷିକ କ୍ରୀଡା ଉତ୍ସବ କଲେଜ ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ନିର୍ଦ୍ଦେଶକ ବାଳକୃଷ୍ଣ ପଣ୍ଡା ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କ୍ରିକେଟ, ଭଲିବଲ, କବାଡି ଓ ଖୋଖୋ କ୍ରିଡ଼ା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। କ୍ରିକେଟ୍ ଓ କବାଡିରେ ତୃତୀୟ ବର୍ଷ ସିଭିଲ ଚମ୍ପିୟାନ ହୋଇଥିବା ବେଳେ ଭଲିବଲରେ ତୃତୀୟ ବର୍ଷ ମେକାନିକାଲ ଓ ଖୋଖୋରେ ଦ୍ବିତୀୟ ବର୍ଷ କମ୍ପ୍ୟୁଟର ଚମ୍ପିୟାନ ହୋଇଥିଲେ। ସେହିପରି ପୁରୁଷ ବର୍ଗରେ ଦ୍ବିତୀୟ ବର୍ଷ ମେକାନିକାଲର ଛାତ୍ର ଏନ୍ ଲୋକନାଥ ରେଡ୍ଡୀ ଓ ବାଳିକା ବର୍ଗରେ ତୃତୀୟ ବର୍ଷ ସିଭିଲର ଛାତ୍ରୀ ପ୍ରିୟଙ୍କା ନାୟକ ଚମ୍ପିୟାନ ହୋଇଥିଲେ।

Comments are closed.