www.samajalive.in
Sunday, December 7, 2025
23.1 C
Bhubaneswar

ପୁଲିସ ନୁହେଁ, ନିଜ ଚୋରି ବାଇକ ଧରିଲେ ସାମ୍ବାଦିକ

ସମ୍ବଲପୁର: ସମ୍ବଲପୁର ପୁଲିସ ସମ୍ପୁର୍ଣ୍ଣ ରୂପେ ନିଷ୍କ୍ରିୟ ହୋଇ ପଡ଼ିଥିବା ବେଳେ ପୁଲିସ ବ୍ୟବସ୍ଥା ସମ୍ପୁର୍ଣ୍ଣ ସମ୍ବେଦନହୀନ ହୋଇ ପଡ଼ିଛି। ଫଳରେ ସମ୍ବଲପୁର ପୁଲିସ ଦିନକୁ ଦାୟିତ୍ୱହୀନ ହୋଇ ପଡ଼ିଥିବା ବେଳେ ଅପରାଧି ନିୟନ୍ତ୍ରଣ ଉପରେ କୌଣସି ପ୍ରକାରର ଆନ୍ତରିକତା ପ୍ରଦର୍ଶନ କରୁ ନାହିଁ। ଏଭଳି ଏକ ଘଟଣାରେ ଗତ ୨୯ ନଭେମ୍ବର ୨୦୨୪ରେ ବ୍ୟସ୍ତରମ ସାକ୍ଷୀପଡ଼ା ମୁଖ୍ୟ ରାସ୍ତା କଡରେ ସିସିଟିଭି ସମ୍ମୁଖରେ ପାର୍କିଂ କରାଯାଇଥିବା ବେଳେ ସମ୍ବଲପୁରରେ କାର୍ଯ୍ୟରତ ଭିଡିଓ ସାମ୍ବାଦିକ ବାଦଲ ସେନ୍ଦ୍ରିୟାଙ୍କ ବାଇକକୁ ଜଣେ ଚୋର ଚୋରି କରି ନେଇଥିଲା। ଏ ସମ୍ପର୍କରେ ଧନୁପାଲି ଥାନାକୁ ଚୋରି ହେବାର ମାତ୍ର କେଇ ମିନିଟ ମଧ୍ୟରେ ଖବର ଦେବା ପରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା ଏବଂ ପୁଲିସ ମାମଲା ସଂଖ୍ୟା ୫୦୧/୨୦୨୫ ରୁଜୁ ସତ୍ୱେ ଚୋରକୁ ପୁଲିସ ଧରି ପାରି ନ ଥିଲା। ଚୋରି ବାଇକ ଉଦ୍ଧାର ସମ୍ପର୍କରେ ପଚାରିଲେ ପୁଲିସ ସବୁ ସମୟରେ ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ ଶିଘ୍ର ଚୋରକୁ ଧରି ବାଇକକୁ ଉଦ୍ଧାର କରିବୁ ବୋଲି ଫମ୍ପା ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପ୍ରକୃତରେ ପୁଲିସ ସମ୍ପୁର୍ଣ୍ଣ ନିଷ୍କ୍ରିୟ ହୋଇ ପଡ଼ିଥିବାରୁ ସିସିଟିଭିରେ ଚୋରର ଚେହେରା ସ୍ପଷ୍ଟ ରୂପେ କଏଦ ହୋଇଥିବା ସତ୍ୱେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଚୋରକୁ କିନ୍ତୁ ପୁଲିସ ଆଜି ପର୍ଯ୍ୟନ୍ତ ଧରି ପାରି ନାହିଁ।

କିନ୍ତୁ ଏହି ଘଟଣାକୁ ଅଢ଼େଇ ମାସ ବିତିଯାଇଥିବା ବେଳେ ଅଚାନକ ଫେବୃଆରୀ ୧୨ ତାରିଖରେ ପିଡିତ ସାମ୍ବାଦିକ ବାଦଲ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟରେ ଥିବା ସମୟରେ ତାଙ୍କର ସମ୍ମୁଖ ଦେଇ ଧମା ଅଞ୍ଚଳର ୨ ଜଣ ଯୁବକ ଏକ ବାଇକରେ ଯାଉଥିବାର ଦେଖି ତାହା ତାଙ୍କର ବାଇକ ବୋଲି ସନ୍ଦେହ ହେବାରୁ ସେ ତୁରନ୍ତ ସେମାନଙ୍କର ପିଛା କରିଥିଲେ। ପିଛା କରିବା ସହିତ ସେହି ସମୟରେ ସାଥି ସାମ୍ବାଦିକ ଓ ଧନୁପାଲି ଥାନା ଅଧିକାରୀକୁ ଫୋନ ଯୋଗେ ଖବର ଦେଇଥିଲେ। ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଡିତ ସାମ୍ବାଦିକ ବାଦଲ ସେମାନଙ୍କୁ ଅଟକାଇବା ପରେ ସେମାନଙ୍କ ସହିତ କଥା ଛଳରେ କିଛି ସମୟ ରଖିଥିବା ବେଳେ ସାମ୍ବାଦିକ ସାଥି ମାନେ ସେଠାରେ ପହଂଚି ଯୁବକଦ୍ୱୟଙ୍କୁ କାବୁ କରି ନେଇଥିଲେ। ଏହା ପରେ ପୁଲିସ ଯୁବକ ଦ୍ୱୟଙ୍କ ସହିତ ଚୋରି ହୋଇଥିବା ବାଇକକୁ ନେଇ ଧନୁପାଲି ଥାନାକୁ ଯାଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ଜେରା ସମୟରେ ଉକ୍ତ ବାଇକକୁ ଚୋରି କରିଥିବା ଯୁବକ ଜଣକ ଉକ୍ତ ଯୁବକ ଦ୍ୱୟଙ୍କୁ ମାତ୍ର ୬ ହଜାର ଟଙ୍କା ବଦଳରେ ବାଇକକୁ ବନ୍ଧକ ଦେଇ ଫେରାର ମାରିଥବାର ଜଣାପଡ଼ିଥିଲା। ବାଇକ ଚୋରି କରିଥିବା ଯୁବକ ଜଣକ ବରଗଡ଼଼ ଜିଲା ଭଟଲି ଥାନାଞ୍ଚଳର ନିବାସୀ ହୋଇଥିବା ବେଳେ ପୁର୍ବରୁ ମଧ୍ୟ କିଛି ମାମଲାରେ ଯୁବକକୁ ପୁଲିସ ଖୋଜୁଛି। ବନ୍ଧକ ରଖି ଟଙ୍କା ଦେଇଥିବା ଯୁବକ ମାନେ ତାହା ଚୋରି ବାଇକ ବୋଲି ଜାଣି ନ ଥିବାରୁ ଫୁରସତରେ ସମ୍ବଲପୁରର ଭିଆଇପି ଅଞ୍ଚଳ, ଧନୁପାଲି ଥାନା ସମେତ ସହରର ବିଭିନ୍ନ ସ୍ଥାନକୁ ଘୂରି ବୁଲିଛନ୍ତି। ତେବେ ସାମ୍ବାଦିକ ତାଙ୍କ କଷ୍ଟାର୍ଜିତ ଟଙ୍କାରୁ କିଣିଥିବା ବାଇକଟି ଅଚାନକ ନଜରକୁ ଆସିଯିବା ଏବଂ ସେ ବୁଦ୍ଧି ଲଗାଇ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଥିବାରୁ ଚୋରି ଗାଡିଟି ମିଳି ଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories