ଗୋପାଳପୁର: ଆସନ୍ତା ୨୬ ତାରିଖରୁ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହ ପ୍ୟାରେଡ ଦେଖିବା ନିମନ୍ତେ ସାରା ଭାରତରୁ ବଛାବଛା ଗ୍ରାମ୍ୟ ଜଳ ଓ ପରିମଳ କମିଟିର ସଭାପତି ମାନଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦାନ କରିବାକୁ ନିମନ୍ତ୍ରଣ ଦିଆଯାଇଛି। ଏହି କ୍ରମରେ ଓଡିଶାରୁ ୧୨ ଜଣ ସଭାପତି ଦିଲ୍ଲୀ ଗସ୍ତ ନିମନ୍ତେ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଚୟନ କରାଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ଏବଂ ଗୋଳନ୍ଥରା ଗ୍ରାମ୍ୟ ଜଳ ଓ ପରିମଳ କମିଟିର ସଭାପତି ଥିବା ସନତ କୁମାର ନାୟକ ଓ ମିଟୁ ଜେନା ପ୍ରମୁଖଙ୍କୁ ଆଜି ଛତ୍ରପୁର ଡିଆରଡିଏ ଅଫିସ ଠାରେ ସିଡ଼ିଓ ମଧୁମିତାଙ୍କ ପକ୍ଷରୁ ଶ୍ରୀ ନାୟକ ଓ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଆରଡବ୍ୟୁଏସଏସ ବିଭାଗ ନିର୍ବାହୀ ଯନ୍ତ୍ରୀ ବିକାଶ ପତି, ବ୍ଲକର କନିଷ୍ଠ ଯନ୍ତ୍ରୀ ସମିର ପଟନାୟକ ଓ ସିମାନ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ।
Popular Categories



