ଆଠଗଡ: ପବିତ୍ର ମକର ସଂକ୍ରାନ୍ତି ଅବସରରେ କନ୍ଦରପୁର ଗ୍ରାମରେ ୧୩ଶ ବାର୍ଷିକ ମକର ଉତ୍ସବ ଶ୍ରୀ ବାବା ବାଲୁଙ୍କେଶ୍ୱର ତ୍ରିନାଥ ମେଳା ପୂଜା କମିଟି ଆନୁକୂଲ୍ୟରେ ଗ୍ରାମର ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରେ ପୀଠରେ ସ୍ଵତନ୍ତ୍ର ପୂଜାନୀତି ସମ୍ପନ୍ନ ପରେ ମକର ଚାଉଳ ଭୋଗ ଲାଗି ହୋଇ ଶ୍ରଦ୍ଧାଳୁଙ୍କ ମଧ୍ଯରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ଗୋବିନ୍ଦପୁର (ଖୁଣ୍ଟାଡାବ), ଅମୃତମଣୋହୀ ପାଟଣା, ତାଳବସ୍ତ, ଫୁଲବାଡି ଗ୍ରାମର ଉଭୟ ପୁରୁଷ ଓ ମହିଳା ମଣ୍ଡଳ ମାନଙ୍କ ଦ୍ଵାରା ସଂକୀର୍ତ୍ତନ, ଭଜନ ଓ ଖଞ୍ଜଣି ବାଦନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ତର୍ଯ୍ୟାମୀ ସୁତାର, ନାରାୟଣ ମଲ୍ଲିକ, ସୁନାକର ଦଳେଇ, ସତ୍ୟ ରଞ୍ଜନ ମଲ୍ଲିକ, ବିଶ୍ୱଜିତ୍ ଦଳେଇ, ସୂର୍ଯ୍ୟକାନ୍ତ ସେଠି, ମଙ୍ଗୁଳି ଦଳେଇଙ୍କ ସମେତ ସମସ୍ତ ମୂରବୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।
Popular Categories



