ଡ. ସଞ୍ଜୀବ ନାୟକ ଏବିଭିପି ଓଡ଼ିଶା ପଶ୍ଚିମର ରାଜ୍ୟ ସଭାପତି
ସମ୍ବଲପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ସଂଯୁକ୍ତ ରାଜ୍ୟ ଅଧିବେଶନ ଐତିହାସିକ ସହର କଟକର ଜବାହାରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଗତ ୨୬, ୨୭, ୨୮ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଓଡ଼ିଶାର ୩୦ ଜିଲାରୁ ୧୫୦୦ରୁ ଅଧିକ ପ୍ରତିନିଧି ଏହି ଅଧିବେସନରେ ଯୋଗ ଦେଇଥିଲେ। ଏହି ଅଧିବେଶନରେ ସଂଗଠନ ବୃଦ୍ଧି ଦୃଷ୍ଟିରୁ ଦୁଇ ଭାଗରେ ଏବିଭିପି ଓଡ଼ିଶା ପୂର୍ବ ଓ ଏବିଭିପି ଓଡ଼ିଶା ପଶ୍ଚିମ ଭାବରେ ପରିଣତ କରାଯାଇଥିଲା ଏବଂ ନୂତନ କାର୍ଯ୍ୟକାରୀଣି ମଧ୍ୟ ଘୋଷଣା କରାଯାଇଥିଲା। ଏଥିରେ ଓଡ଼ିଶା ପଶ୍ଚିମର ରାଜ୍ୟ ସଭାପତି ଭାବରେ କିରେଇ ଇଞ୍ଜିନିୟରିଂ କଲେଜ, ସୁନ୍ଦରଗଡ଼ର ନିର୍ଦେଶକ ଡ଼ ସଞ୍ଜୀବ ନାୟକ ନିର୍ବାଚିତ ହୋଇଥିବା ବେଳେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଛାତ୍ରନେତା ତଥା ନନ୍ଦପଡ଼ାର ଶ୍ୱେତାଂଶୁ ଶେଖର ବରାଈ ରାଜ୍ୟ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।
Comments are closed.