www.samajalive.in
Monday, December 15, 2025
17.1 C
Bhubaneswar

ରଣବା ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ରାଇକିଆ: ରାଇକିଆ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ରଣବା ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ତଥା ତହସିଲ ସ୍ତରୀୟ ମନିଟରିଙ୍ଗ କମିଟିର ଅଧ୍ୟକ୍ଷା ସୁଶ୍ରୀ ସୁଭଦ୍ରା ମୁଣ୍ଡିକାଙ୍କ ଅଧ୍ୟକ୍ଷତାରେ ୨୦୦୮ ମସିହାରେ ଦାବି କରିଥିବା ୧୦୪ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଉକ୍ତ ପଟ୍ଟା ଜମିରେ ଜମି ଉନ୍ନତିକରଣ, ଫଳ ଗଛ, ପନିପରିବା ଓ ବିଭିନ୍ନ ବୃକ୍ଷରୋପଣ କରି ଜୀବନ ଜୀବିକାରେ ଉନ୍ନତି ଏବଂ ଖାଦ୍ୟ ସୁରକ୍ଷା ସହିତ ଗୋଷ୍ଠୀ ଜଙ୍ଗଲ ସମ୍ବଳର ସୁପରିଚାଳନା କରିବା ପାଇଁ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧୀୟ, ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବସୀଙ୍କ ଅଧିକାର ଉପରେ ପ୍ରଶିକ୍ଷଣ ଦେବା ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ଯୋଜନାରେ ସାମିଲ କରିବା ନିମନ୍ତେ ଅବଗତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories