www.samajalive.in
Wednesday, November 12, 2025
19.1 C
Bhubaneswar

ଜାତୀୟ ରାଜପଥରୁ ଚୋରି ବସ ଉଦ୍ଧାର

ଛତ୍ରପୁର: ପ୍ରତିଦିନ ଭଳି ଭଞ୍ଜନଗର ବସଷ୍ଟାଣ୍ଡରେ ରାତିରେ ବହୁ ବସ ରହିଥାଏ। ଗତକାଲି ରାତ୍ରରେ ମା’ ଦୁର୍ଗା ନାମକ ଏକ ଘରୋଇ ବସ ରହିଥିଲା। ଗାଡି ଚାଳକ ଆସି ଦେଖିଲା ବେଳକୁ ବସ ନାହିଁ। ଏନେଇ ମାଲିକ ଏ. ଶ୍ରୀନିବାସ ଜାଣିବା ପରେ ବସ ସଂଘ ଓ ପୋଲିସକୁ ଅବଗତ କରାଇଥିଲେ। ବସଷ୍ଟାଣ୍ଡରେ ଲାଗିଥିବା ସିସିଟିଭିରୁ ବସଟି ରାତ୍ର ୨.୪୦ରୁ କେହି ଜଣେ ଚୋରି କରି ନେଉଥିବା ଜଣାପଡିଥିଲା। ଏପରିକି ବସଟି ବେଲଗୁଣ୍ଠା ରାସ୍ତା ଦେଇ ଯାଉଥିବା ସିସିଟିଭିରୁ ଜଣାପଡିଥିଲା। ବହୁ ଖୋଜି ଥିଲେ ବି ଜଣାପଡିନଥିଲା। ପରେ ଗଞ୍ଜାମ ଥାନା ଅଧିନ ଅଗସ୍ତି ନୂଆଗାଁ ଟାଟା ମୋଟରସରେ ଅନ୍ୟ ଏକ ବସ ମାଲିକ ରାସ୍ତା ନିକଟରେ ବସଟି ରହିଥିବା ଖବର ଦେଇଥିଲେ। ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ମାଲିକ ପହଁଚି ବସଟିକୁ ଉଦ୍ଧାର କରିଥିଲେ। କିନ୍ତୁ ଚୋର ଜଣକ ଗାଡିରୁ ସବୁ ତେଲ କାଢି ନେଇ ଯାଇଥିବା ବେଳେ ବସଟି ଷ୍ଟାର୍ଟ ହେଉନାହିଁ। ତେଵେ କିଏ ବସଟିକୁ ଭଞ୍ଜନଗରରୁ ଚୋରି କରି ଏଠାକୁ ଆଣିଲା ତାହା ଜଣାପଡ଼ିନାହିଁ। ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ କରୁଛି। ବସଟି ଦୈନିକ ଭଞ୍ଜନଗରରୁ ବଦାଙ୍ଗୀ ଯାତାୟତ କରିଥାଏ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories