www.samajalive.in
Saturday, December 13, 2025
23.1 C
Bhubaneswar

ସମାଜସେବୀଙ୍କ ଦ୍ବାରା ପୁଷ୍କରଣୀ ସଫେଇ

ଆଠଗଡ: ଆଠଗଡ ସହରର ଗଦାସାହି ନିକଟ ଭାଗିରଥୀ ସାଗର (ବଡ ପୋଖରୀ)ର ଚତୁର୍ପାଶ୍ୱ ବନ୍ଧ ଓ ତୁଠ ଦଳ, ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇଥିଲା। ଏହାକୁ ଦେଖି ଆଠଗଡର ଯୁବ ସମାଜସେବୀ ଲକ୍ଷ୍ମୀ ନାରାୟଣ ଭଞ୍ଜ ଓ ତାଙ୍କର ସହଯୋଗୀମାନେ ମଙ୍ଗଳବାର ପୁଷ୍କରିଣୀର ସଫେଇ ପାଇଁ ପଦକ୍ଷେପ ନେଇଥିଲେ। ଏହି ପୁଷ୍କରିଣୀ ନିକଟରେ ଆଠଗଡର ପ୍ରମୁଖ ଶ୍ମଶାନ ରହିଥିବା ବେଳେ ବିଭିନ୍ନ ସମୟରେ ଶବ ଦାହ ଓ ଶୁଦ୍ଧକ୍ରିୟା କାର୍ଯ୍ୟ ପାଇଁ ଏହି ପୁଷ୍କରିଣୀ ଉପରେ ସାଧାରଣ ଲୋକ ସର୍ବାଧିକ ନିର୍ଭର କରିଥାଆନ୍ତି । ଏହାଛଡା ଉକ୍ତ ପୁଷ୍କରିଣୀରେ ଆଖପାଖ ଅଞ୍ଚଳର ଶହ ଶହ ଲୋକ ଦୈନନ୍ଦିନ ଗାଧୁଆପାଧୁଆ ଓ ନିତ୍ୟକର୍ମ କରିଥାନ୍ତି। ତେବେ ପୁଷ୍କରିଣୀର ଚାରିପାଖ ବିଶେଷକରି ଗାଧୁଆ ତୁଠ ନିକଟ ହୁଡାଙ୍କ କଡରେ ଅଳିଆ ଆବର୍ଜନା ଓ ବହୁ ପରିମାଣର ଚିରାଫଟା ଲୁଗା ପଡ଼ିରହିବା ଫଳରେ ଏକ ଦୁଷିତ ପରିବେଶ ସୃଷ୍ଟି ହେଉଥିଲା । କାର୍ତ୍ତିକ ମାସ ହୋଇଥିବାରୁ ଆଉ କିଛି ଦିନ ପରେ ପୂର୍ଣ୍ଣିମା ପାଇଁ ଡଙ୍ଗା ଭସାଇବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହେବ। ପୁଷ୍କରିଣୀ  ପାହାଚ ଗୁଡିକ ସିଉଳି ହୋଇ ଏତେ ଖସଡା ହେଇଛି ଯୋ ଟିକିଏ ଅସାବଧାନତାରୁ ଛୋଟବଡ ଦୁର୍ଘଟଣାକୁ ମଧ୍ଯ ଏଡାଇ ଦିଆଯାଇ ନପାରେ। ଏସବୁ ଦେଖି ସମାଜସେବୀ ଶ୍ରୀ ଭଞ୍ଜ ସହଯୋଗୀଙ୍କ ସହିତ ପ୍ରାୟ ୪ ଘଣ୍ଟା ଧରି ପୁଷ୍କରିଣୀ ମଧ୍ୟରୁ ଦଳ ବାହାର କରିବା ସହ ତୁଠ କଡରେ ପଡିଥିବା ଅଳିଆ ଆବର୍ଜନା, ବ୍ୟବହୃତ ଲୁଗାପଟା ଉଠାଇବା ସହ ପାଣିରୁ ଦଳ ସଫେଇ କରିଥିଲେ।କାର୍ଯ୍ୟକ୍ରମରେ ମହିଳା ସ୍ୱେଚ୍ଛାସେବୀ ସୁନେରା ବେଗମଙ୍କ ସହ ଅନ୍ଯମାନେ ସହଯୋଗ କରିଥିଲେ। ଆଗାମୀ ଦିନରେ ପୁଷ୍କରିଣୀକୁ ଆହୁରି ସଫେଇ କରାଯିବ ବୋଲି ଶ୍ରୀ ଭଞ୍ଜ ପ୍ରକାଶ କରିଛନ୍ତି। ସେମାନଙ୍କର ଏଭଳି ଜନସେବା କାର୍ଯ୍ୟକୁ  ସାଧାରଣରେ ଉଚ୍ଚପ୍ରଶଂସା କରାଯିବା ସହ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଠଗଡର ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories