www.samajalive.in
Sunday, December 14, 2025
19.1 C
Bhubaneswar

ଡୋଳେଶ୍ୱରୀ ନାଗଙ୍କୁ ଲକ୍ଷେଘର ଗଣ୍ଡା ସମାଜ ତରଫରୁ ସମ୍ବର୍ଦ୍ଧନା ସଭା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନୂଆପଡା ସ୍ଥିତ ମଙ୍ଗଳ ଭବନ ଠାରେ ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ସଦ୍ୟ ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା କଣ୍ଟାବାଞ୍ଜି ନୂଆପଡା ନିବାସୀ ତଥା ବରୋମାଲ ଗ୍ରା. ପ. ସରପଞ୍ଚ ଜଗନ୍ନାଥ ନାଗଙ୍କ କନିଷ୍ଟ କନ୍ୟା ସୁଶ୍ରୀ ଡୋଲେଶ୍ୱରୀ ନାଗଙ୍କୁ ସମାଜ ତରଫରୁ ଆୟୋଜିତ ହୋଇ ଯାଇଛି। ଆୟୋଜିତ  ସମ୍ବର୍ଦ୍ଧନା ସଭାରେ ଚନ୍ଦ୍ର ଶେଖର ନାଗଙ୍କ ସଭାପତିତ୍ୱରେ ଅତିଥି ଭାବରେ ପୂର୍ବତନ ଶିକ୍ଷାଧୀଶ ମାଧବ ମହାନନ୍ଦ, ମୁରିବାହାଲ ଯୁକ୍ତ କଲେଜ ଅଧକ୍ଷ ରମେଶ ମହାନନ୍ଦ, କେଭି କଲେଜ ଅଧ୍ୟାପକ ରାଜେଶ ମହାନ୍ତି, କଣ୍ଟାବାଞ୍ଜି ବିକାଶ ପରିଷଦ ଅଧକ୍ଷ ଅଜୟ ଦାସ, ତୁରେକେଲା ବ୍ଲକ ଶିକ୍ଷକ ସଂଘ ସଭାପତି ଅମର ବାଗ, ପୂର୍ବତନ ପଛୁଆ ବିକାଶ ପରିଷଦ ଉପାଧ୍ୟକ୍ଷା  ନିରୁପମା ମାଝୀ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories