www.samajalive.in
Sunday, December 14, 2025
26.1 C
Bhubaneswar

ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ

ଆଠଗଡ: ଆଠଗଡରେ ୪୩ ଜଣ କନିଷ୍ଠ ଶିକ୍ଷକ ନୂତନ ଭାବେ ନିଯୁକ୍ତ ହୋଇଥିବାରୁ ବ୍ଲକରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଶିକ୍ଷକ ଅଭାବ ସମସ୍ୟା କିଛିଟା ଦୂର ହେବ ବୋଲି ଆଶା ପ୍ରକାଶ ପାଇଛି । ନବନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପାଇଁ ବିଶ୍ଵନାଥ  ବିଦ୍ୟାପୀଠରେ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ତିନିଦିନିଆ ତାଲିମ ଶିବିର ଆୟୋଜିତ ହେଉଛି । ଏହି ତାଲିମ ଶିବିରକୁ ଉଦଘାଟନ କରି ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ନବନିଯୁକ୍ତ ଶିକ୍ଷକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ସେମାନଙ୍କ କର୍ତ୍ତବ୍ଯ ଏବଂ ଜଣେ ଆଦର୍ଶ ଶିକ୍ଷକ ହେବା ପାଇଁ ଗୁରମନ୍ତ୍ର ଦେଇଥିଲେ। ଶିକ୍ଷକତା ଏକ ବୃତ୍ତି ନୁହେଁ ବରଂ ଏକ ବ୍ରତ ହେବା ଉଚିତ ବୋଲି ଶ୍ରୀମତି ସାମଲ ମତବ୍ୟକ୍ତ କରିଥିଲେ । ଧୈର୍ଯ୍ଯ, ସହନଶୀଳତା, କଠିନ ପରିଶ୍ରମ, ଶୈକ୍ଷିକ ନେତୃତ୍ବ, ସୃଜନଶୀଳତା, ବିକାଶାତ୍ମକ ମନୋବୃତ୍ତି, ସହଯୋଗୀ ମନୋଭାବ, ନମନୀୟତା, ବିନମ୍ରତା, କର୍ତ୍ତବ୍ଯ ପରାୟଣତା, ସମୟାନୁବର୍ତ୍ତିତା, ଦାୟିତ୍ବବୋଧ, ଦକ୍ଷତା ବିକାଶ, ଉତ୍ତମ ଆଚରଣ ଓ ଉଚ୍ଚାରଣ, ଗୋଷ୍ଠୀ ସମ୍ପୃକ୍ତି ଏବଂ ଉତ୍ତମ ଶିକ୍ଷାଦାନ ଆଦି ଗୁଣ ଜଣେ ଆଦର୍ଶ ଶିକ୍ଷକ ଲକ୍ଷଣ ହେବା ଉଚିତ ବୋଲି ବିଇଓ ପ୍ରକାଶ କରିଥିଲେ । ନବନିଯୁକ୍ତ ୪୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀମାନେ ରାଜ୍ୟର ଦୂରଦୂରାନ୍ତରୁ ଆସି ଏଠାରେ ଯୋଗଦାନ କରିଛନ୍ତି । ଏହି ଶିବିରରେ ବିଆରସିସି ଶିଶିର କୁମାର ମିଶ୍ର, ପ୍ରାକ୍ତନ ବିଆରସିସି ନବକିଶୋର ସାହୁ, ଅତିରିକ୍ତ ବିଇଓ ରଞ୍ଜିତ ମହାନ୍ତି, ବିଶ୍ଵନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରମେଶ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ ।ସମ୍ବଳ ଶିକ୍ଷକ ବିଭୁତି ଭୂଷଣ ବେହେରା, ପ୍ରଶାନ୍ତ କୁମାର ସାହୁ ଓ ମାନସିକ କୁମାର ସେଠୀ ପ୍ରମୁଖ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି । ଶେଷରେ ସିଆରସିସି ମୁରଲୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories