www.samajalive.in
Saturday, December 6, 2025
26.1 C
Bhubaneswar

ଗୋରୁ ଚାଲାଣ ସମୟରେ ପୁଲିସ ଚଢ଼ାଉ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେ଼ଙ୍କିକୋଟ ନିକଟରୁ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ସମୟରେ ଘଟଗାଁ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୧ ଶହରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଛି ଘଟଗାଁ ପୁଲିସ। ତେବେ ପ୍ରତ୍ୟେକ ସପ୍ତାହରେ ହଜାର ହଜାର ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ କରି ଆସୁଛନ୍ତି ଗୋମାଫିଆ ମାନେ । ସେହିଭଳି ଆଜି ପାଖାପାଖି ୧ ଶହରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଚାଲାଣ କରୁଥିବାର ଖବର ପାଇଥିଲା ପୁଲିସ। ଖବର ପାଇ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍କ୍ୱାର୍ଡ ଗଠନ କରି ଗୋଚାଲାଣ ହେଉଥିବା ସମୟରେ ଢେଙ୍କିକୋଟ- ବାରହାଟିପୁରା ରାସ୍ତାର ଢେଙ୍କିକୋଟ ବଜାର ନିକଟରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୧୨୯ଟି ଗୋରୁ ଜବଦ କରିବା ସହିତ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ଘଟଗାଁ ଏସଡିପିଓ‌ ପ୍ରଭାତ ତ୍ରିପାଠୀ, ହରିଚନ୍ଦନପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା, ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଓ ପାଟଣା ଥାନା ଅଧିକାରୀ ଉଦୟବିର କୁଲୁଙ୍କ ସହ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଜବତ ଗୋରୁ ଗୁଡିକୁ କରଞ୍ଜିଆ ଅଥବା ଯୋଡ଼ା ଗୋଶାଳାକୁ ପଠାଯିବ ବୋଲି ସୂଚନା ମିଳିଛି

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories