www.samajalive.in
Saturday, December 6, 2025
26.1 C
Bhubaneswar

ବାତ୍ୟା ଦାନା ପ୍ରଭାବରେ ଧାନ ଚାଷ କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀ

ପାଟଣା: ବାତ୍ୟା ଦାନା ପ୍ରଭାବରେ ସାହାରପଡା, ପାଟଣା ଓ ଢେଙ୍କିକୋଟ ଅଞ୍ଚଳରେ ବର୍ଷା ଓ ପବନ ମାଡରେ ଶହ ଶହ ହେକ୍ଟର ଚାଷ ଜମିରେ ପାଚିଲା ଧାନ ପାଣିରେ ଶୋଇ ପଡ଼ିଛି। ପାଚିଲା ଧାନ ଏବେ ପାଣିରେ ବୁଡ଼ି ଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥି ସହିତ ବାତ୍ୟା ଦାନାର ପ୍ରଭାବରେ ବର୍ଷା ଯୋଗୁଁ ଦାମାହୁଦା ପଞ୍ଚାୟତର ଗୋଜାପଥର ଗାଁର ହୃଷୀକେଶ ମହାନ୍ତ, ଦିନବନ୍ଧୁ ମହାନ୍ତ, ଗୋଦାବରୀ ମହାନ୍ତ, ବିଣାମଜୁରୀ ମହାନ୍ତ ଓ ଅନାମ ଲୋହାର କୃଷି ଋଣ ଓ ଧାର କରଜ କରି ପ୍ରାୟ ୧୦ ହେକ୍ଟର ଜମିରେ ଧାନ ଚାଷ କରିଥିଲେ ହେଲେ ବାତ୍ୟା ଦାନା ଉଜାଡି ଦେଇଛି ତାଙ୍କ ସୁନାର ଫସଲକୁ। କ୍ଷେତ ପାଣିରେ ବୁଡି ଯାଇଥିବା ଧାନକୁ ଚାଷୀ କେମିତି ଯେ ଅମଳ କରିବ ଚିନ୍ତା କରିପାରୁନାହାଁନ୍ତି। ଏହାସହ ଖଡିକାପଦା, ଡାଳପକା, ରାଇଡିହା, ମାଛଗଡ଼, କୁଣ୍ଡଳା, ତେଣ୍ଡରା , ବଡ଼ବିଲ ,ଗୋରାସ ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଏକର ଏକର ଧାନ ଗଛ ବିଲ କାଦୁଅରେ ଶୋଇ ପଡ଼ି ରହିଥିବାରୁ ନଷ୍ଟ ହେବାର ସମ୍ଭାବନା ରହିଛି। ଫଳରେ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀକୁଳ।ସେପଟେ ବାତ୍ୟା ପାଇଁ କୃଷି ବିଭାଗକୁ ସମସ୍ତ ପଞ୍ଚୟାତ ପରିଦର୍ଶନ ସହିତ ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ଷା ଛାଡ଼ିନଥିବାରୁ ସାହାରପଡା କୃଷି ଅଧିକାରୀ ଏହାର ତଦନ୍ତ କରିନାହାନ୍ତି।  ଖୁବଶୀଘ୍ର କୃଷି ବିଭାଗ ପକ୍ଷରୁ ସାହାରପଡ଼ା, ପାଟଣା ଓ ଢେଙ୍କିକୋଟ ଅଞ୍ଚଳର ଧାନ ଚାଷର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି ଜଣାଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories