www.samajalive.in
Monday, December 15, 2025
14.1 C
Bhubaneswar

୨୦୦ ୟୁନିଟ ମାଗଣା ସହ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ପାଇଁ ଗର୍ଜିଲା ଆପ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଆମ ଆଦମୀ ପାର୍ଟିର ଆବାହକ ଭବାନୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଅତାବିରା ଅlପ୍ ପକ୍ଷରୁ ବିଦ୍ୟୁତ୍ ଶୁଳ୍କ ଆଦାୟ ଓ ଯୋଗାଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା ଯୋଗୁଁ ଦୁଇ ବର୍ଷ ଧରି ଲୋକେ ଆର୍ଥିକ ସଙ୍କଟରେ ରହିଥିଲେ। ଗତ କିଛି ଦିନ ହେବ ଲୋକେ ତାଙ୍କର ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବାରେ ପ୍ରୟାସ କରୁଛନ୍ତି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ଉପଭୋକ୍ତା ମାନେ ତାଙ୍କର ବକେୟା ଅର୍ଥ ରାଶି ଦେବାରେ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ଅଟନ୍ତି। ଅପର ପକ୍ଷେ ଦିନକୁ ଚାରି ଘଣ୍ଟା ପାୱାର କଟ କରାଯାଉଛି ବିଭିନ୍ନ ଆଳରେ। ଆପର କହିବା ଅନୁଯାୟୀ ଟାଟା ପାୱାର ବିଭିନ୍ନ କମ୍ପାନୀ, କଳ କାରଖାନାକୁ ବିଦ୍ୟୁତ୍ ଯୋଗାଣ କରି ଲୋକଙ୍କୁ ସୂଚନା ଦେଇଛନ୍ତି ମରାମତି ଚାଲିଛି। କେବଳ ସେତିକି ନୁହେଁ, ଟାଟା ପାୱାର ହାତରେ ବିଦ୍ୟୁତ୍ ବିଭାଗ ରହିବା ଦିନଠାରୁ ଅନେକ ସମସ୍ୟା ଦେଖାଯାଉଛି। ଅନେକ ଗ୍ରାମରେ ଟ୍ରାନ୍ସଫାର୍ମର ରହିଛି କିନ୍ତୁ କେନ୍ଥି ତେଲ ନାହିଁ ତ ଆଉ କେଉଁଠି ତେଲ ଚୋରି ହେଉଛି। ଥରେ କୌଣସି କାରଣ ବଶତଃ ବିଦ୍ୟୁତ୍ ଚାଲିଗଲେ ଗ୍ରାମ ମାନଙ୍କରେ ଦ୍ଦୀର୍ଘ ଦିନ ଧରି ଆଉ ବିଜୁଳିର ଦେଖା ନ ଥାଏ। କିନ୍ତୁ ବିଦ୍ୟୁତ୍ ବିଲ ଆଦାୟ ବେଳକୁ କଡାକଡି ନିୟମ। କେହି ନ ଦେଲେ ତାର ବିଦ୍ୟୁତ୍ କାଟ କରାଯିବ ବୋଲି ଜଗି ବସୁଛନ୍ତି ବିଲ ଆଦାୟ କରୁଥିବା କର୍ମଚାରୀ। ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ନ ଥାଇ ବାଉଁଶ ଖୁଣ୍ଟରେ ମଧ୍ୟ ତାର ଟଣାଯାଇ କାମ ଚଳା ହେଉଛି। ଏଥି ପ୍ରତି ଟାଟା ପାୱାରର ଦୃଷ୍ଟି ନାହିଁ। ଏହାକୁ ଦୃଷ୍ଟିରେ ରଖି ଟାଟା ପାୱାରର ଏହି ମନ ମୁଖି କାରବାର ବିରୋଧରେ ଆଜି ଅତାବିରା ଆପ ଦଳ ପକ୍ଷରୁ ସ୍ଵର ଉତ୍ତୋଳନ କରାଯାଇଛି। ଏଥିପାଇଁ ଅତାବିରା ଆର୍ ଏମ୍ ସି ମାର୍କେଟ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଦୁର୍ଗା ମନ୍ଦିର ଛକ ଦେଇ ଲାଦରପାଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚି ଘେରିଥିଲେ। ଏହାପରେ ବିଦ୍ୟୁତ୍ ଏସଡିଓ ମନ୍ମଥ ଦାଶଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories