www.samajalive.in
Monday, December 15, 2025
14.1 C
Bhubaneswar

ହାତୀ ନଦୀରୁ ଶବ ଉଦ୍ଧାର ଘଟଣା, ଜୟପାଟଣା ଥାନାର ଦ୍ୱାରସ୍ଥ ହେଲେ ଏଓଏସସିଏଫ ସଦସ୍ୟ

କଲମପୁର: ଶିବରାତ୍ରି ପାଳନ ନେଇ ଅଂଚଳରେ ଉତ୍ସବ ମୁଖର ଥିବା ବେଳେ ଅଷ୍ଟ ପ୍ରହରୀ ଦେଖିବାକୁ ଯାଇ ନିଖୋଜ ହେଇଥିଲା ଜୟପାଟଣା ଥାନା ଅଧିନସ୍ଥ ପୋଲକାମୁଣ୍ଡା ଗ୍ରାମର ଧୋବା ବାଗଙ୍କ ୧୭ ବର୍ଷୀୟ ପୁଅ ଦିଲିପ। ଦିଲିପ କୋକସରା ଥାନା ଅଧିନସ୍ଥ ଲଡୁଗାଁ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ତେଣୁ ପରିବାର ଲୋକ ଫୋନ ମାଧ୍ୟମରେ ଦିଲିପର ସନ୍ଧାନ ନେଇଥିଲେ। କିନ୍ତୁ ଦିଲିପର କୌଣସି ପତା ମିଳିନଥିଲା। ଯେଉଁଥି ପାଇଁ ପରିବାର ଲୋକ ବାଧ୍ୟ ହେଇ ଦିଲିପର ନିଖୋଜ ନେଇ ଜୟପାଟଣା ଥାନାରେ ଏକ ଏତଲା ଦେଇଥିଲେ। ଏହି ଏତଲା ଦେବାର ଦୁଇ ଦିନ ପରେ ମଙ୍ଗଳବାର ସକାଳ ୯ଟା ବେଳେ ହାତୀ ନଦୀର ଟେମରା ପରୁଆଗୁଡା ଘାଟ ମଧ୍ୟରେ ଏକ ଶବ ଭାସୁଥିବା ପରିବାର ଲୋକ ସୁଚନା ପାଇଥିଲେ। ତୁରନ୍ତ ଏନେଇ ଜୟପାଟଣା ଥାନାକୁ ଜଣାଇଥିଲେ। ଜୟପାଟଣା ଏବଂ କଲମପୁର ପୁଲିସ ଥାନାର ମିଳିତ ଉଦ୍ୟମ ଏବଂ କଲମପୁର ଅଗ୍ନିଶମ ବାହିନୀର ସକ୍ରିୟ ସହଯୋଗରେ ହାତୀ ନଦୀର ପାଣିଗାଁ ମହାଭାରତ ପଡ଼ିଆ ନିକଟସ୍ଥ ଘାଟ ନିକଟରେ ଶବକୁ ଉଦ୍ଧାର କରାଯାଇଥିଲା। ଏହାପରେ ସନ୍ଧାନୀ କୁକୁର ସହାୟତାରେ ବୈଷୟିକ ପୁଲିସ ଦଳ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଉଦ୍ଧାର ହେଇଥିବା ଶବ ନିଖୋଜ ଦିଲିପର ବୋଲି ନିଶ୍ଚିତ ହେଇଥିଲେ। ଏହାପରେ ଶବର ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଥିଲା। ବୁଧବାର ସକାଳେ ଶବର ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିଲା। ପରିବାର ଲୋକ ଶବ ଗ୍ରହଣ କରିବା ସହ ଏ.ଓ.ଏସ.ସି.ଏଫ ର ସଦସ୍ୟଙ୍କ ସହ ଆଲୋଚନା କରି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଓ ମୃତ ଦିଲିପର ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଏ.ଓ.ଏସ.ସି.ଏଫ ର ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ମହାସଚୀବ ଜତିନ୍ଦ୍ର କର, ଜିଲ୍ଲା ସମ୍ପାଦକ ଶ୍ରୀକାନ୍ତ ଛତ୍ରିଆ, ଯୁବ ନେତା ଢଗ ନାଏକ, ମାଧବ ସୁନାନୀ, ବେଣୁଧର ଦୁର୍ଗା, ପରିକ୍ଷିତ କଣ୍ଟା, କର୍ଣ୍ଣ ନାଗ, ଚିତ ରଞ୍ଜନ ନିଆଲ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଲୋକ ଜୟପାଟଣା ଥାନାର ଦ୍ୱାରସ୍ଥ ହେଇଥିଲେ। ଏହାସହ ଘଟଣାର ନିରପେକ୍ଷ ତଦନ୍ତ କରି ମୃତ ଦିଲିପର ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories