www.samajalive.in
Monday, December 15, 2025
15.1 C
Bhubaneswar

ଜିଲ୍ଲା ଟ୍ରକ ମାଲିକ ସଂଘ ପ୍ରଚାର ଜୋରଦାର

ପାଟଣା: ସମ୍ପ୍ରତି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ ପାଇଁ ପାଟଣା, ସାହାରପଡା ଓ ଢେଙ୍କିକୋଟ ଅଞ୍ଚଳକୁ ନେଇ ଗଠିତ ଢେଙ୍କିକୋଟ ଯୋନରେ ନିର୍ବାଚନୀ ବାତାବରଣ ଉଷ୍ମ ହୋଇଛି। ଆଇନ କାନୁନ ଜାଲରେ ଛନ୍ଦି ହୋଇ ନିର୍ବାଚନ ବିଳମ୍ବିତ ହେବା କାରଣରୁ ସାଢେ ୫ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଜିଲ୍ଲା ଗସ୍ତ ଯୋଗୁଁ ପ୍ରଚାର ଶିଥିଳ ଥିବା ବେଳେ ପରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ନିଜ ସପକ୍ଷରେ ନେବାକୁ ଟ୍ରକ ମାଲିକ ମାନଙ୍କୁ ଭୁରି ଭୋଜନ ଦିଆଯାଉଥିବା ଦେଖାଯାଉଛି। ସଂଘ ନିର୍ବାଚନରେ ମୋଟ ୪୮୯୨ ଭୋଟରଙ୍କ ମଧ୍ୟରୁ ଢେଙ୍କିକୋଟ ଯୋନରେ ୩୨୬ ଜଣ ଭୋଟର ଅଛନ୍ତି।ଅଞ୍ଚଳରେ ବିଶେଷ କରି ସଭାପତି, ସାଧାରଣ ସମ୍ପାଦକ ଓ ଇବି ସଦସ୍ୟଙ୍କ ପ୍ରଚାରରେ ଉଷ୍ଣତା ବାରି ହେଉଛି। ଆନନ୍ଦପୁର ଉପଖଣ୍ଡ ରେ ଥିବା ସଭାପତି ପଦ ପାଇଁ ବ୍ରଜବିହାରି ଜେନା, ରାମଚନ୍ଦ୍ର ଭୂୟାଁ ଓ ପଦ୍ମଲୋଚନ ସାହୁ ମଇଦାନରେ ଥିବା ବେଳେ ରାମଚନ୍ଦ୍ର ପୂର୍ବ ଅଭିଜ୍ଞତାକୁ ନେଇ ମାଲିକଙ୍କ ନିକଟତର ହେଉଥିବା ଦେଖାଯାଉ ଥିବାବେଳେ ବ୍ରଜ ବିହାରୀ ଜେନାଙ୍କର ୪୦ବର୍ଷର ଅଭିଜ୍ଞତା ତାଙ୍କ ବିଜୟ ପଥ ସୁଗମ କରିପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ସେହିପରି ସାଧାରଣ ସମ୍ପାଦକ ପାଇଁ ୩ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ପୂର୍ବ ଅଭିଜ୍ଞତା ଥିବା ପ୍ରଦୀପ କୁମାର ବାରିକ ଓ ସୂର୍ଯ୍ୟ ନାରାୟଣ କର ଙ୍କ ମଧ୍ୟରେ ଦ୍ଵନ୍ଦ ଯୁଦ୍ଧ ପରିସ୍ଥିତି ଲକ୍ଷ୍ୟ କରାଯାଉଛି। ତେବେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଦାନ, ମୃତ ଟ୍ରକ ମାଲିକ ପରିବାରଙ୍କ ଘରକୁ ଯାଇ ସଂଘ ତରଫରୁ ସହାୟତା ପ୍ରଦାନ, ବିଭିନ୍ନ ଉତ୍ସବକୁ ସଂଘ ସହାୟତା ଓ ବ୍ୟକ୍ତିଗତ ଜନ ଜନସମ୍ପର୍କ କ୍ଷେତ୍ରରେ ଶ୍ରୀ କରଙ୍କ କାର୍ଯ୍ୟଧାରା ତାଙ୍କୁ ପ୍ରଚାରରେ ଦି ପାଦ ଆଗରେ ରଖିଥିବା ଲକ୍ଷ୍ୟ କରାଯାଉଛି। ସେହିପରି ଢେଙ୍କିକୋଟ ଯୋନରେ ଏଥର ୬ ଜଣ ପ୍ରାର୍ଥୀ ଇବି ସଦସ୍ୟ ପାଇଁ ମଇଦାନରେ ଅଛନ୍ତି। ଏଥର ଯିଏବି ଏହି ଯୋନରୁ ନିର୍ବାଚିତ ହେବ ସେ ପ୍ରଥମ ଥର ପାଇଁ ଇବି ସଦସ୍ୟ ହେବାର ସୁଯୋଗ ପାଇବେ। ପୂର୍ବରୁ ଢେଙ୍କିକୋଟ ଯୋନର ଇବି ସଦସ୍ୟ ଥିବା ଓ ଏବେ ମଧ୍ୟ ଟ୍ରକ ବେପାରରେ ସକ୍ରିୟ ସର୍ବଶ୍ରୀ ବିଜୟ କୁମାର ସାହୁ, ଅର୍ଜୁନ ଚରଣ ବାରିକ ଓ ବିଶ୍ୱ ରଞ୍ଜନ ପୃଷ୍ଟି ମଇଦାନରେ ନଥିବାରୁ ସେମାନଙ୍କର ବ୍ୟକ୍ତିଗତ ସମର୍ଥନ କେଉଁ ନୂଆ ପ୍ରାର୍ଥୀ ସପକ୍ଷରେ ଯାଉଛି ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଢେଙ୍କିକୋଟ ଯୋନ ପାଇଁ ସର୍ବଶ୍ରୀ ଉତ୍ତମ ଖଟୁଆ, ଯୁଧିଷ୍ଠିର ମହାନ୍ତ, ଶିବପ୍ରସାଦ ଶତପଥୀ, ଅଜୟ କୁମାର ସାହୁ, ଶ୍ୟାମନ ବେହେରା, ଓ କମଳା କାନ୍ତ ମହାନ୍ତ ମଇଦାନରେ ଥିବା ବେଳେ ଉତ୍ତମ ଖଟୁଆ ଓ ଯୁଧିଷ୍ଠିର ମହାନ୍ତଙ୍କୁ ନେଇ ଚର୍ଚ୍ଚା ବେଶ ଜୋରଦାର ଥିବା ଜଣାପଡିଛି। ଆଗାମୀ ୨୮ରେ ଏହି ଯୋନର ସଦସ୍ୟ ମାନେ କେନ୍ଦୁଝରରେ ଭୋଟ ଦେବେ ଓ ୨୯ ରେ ଫଳାଫଳ ବାହାରିବା ପରେ କାହା ଭାଗ୍ୟରେ ବିଜୟ ମୁକୁଟ ଅଛି ତାହା ସ୍ପଷ୍ଟ ହୋଇଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories