ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକ ଓ ଗଣଯୋଗଯୋଗ ବିଭାଗରେ ଶୋକସଭା
ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଗଣଯୋଗଯୋଗ ବିଭାଗରେ ଆଜି ଅବସର ପ୍ରାପ୍ତ ଅଧ୍ୟାପକ ଡ. ପ୍ରଦିପ ଚନ୍ଦ୍ର ମହାପାତ୍ରଙ୍କ ବିୟୋଗରେ ଶୋକସଭା ଆୟୟୋଜନ ହେଇଥିଲା। ବ୍ରହ୍ମପୁରର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ବନ୍ଦିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ଡ଼.ମହାପାତ୍ର ୨୪.୧୦.୧୯୫୫ ମସିହାରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ। ସେ ବ୍ରହ୍ମପୁରରେ ବିଶ୍ଵବିଦ୍ୟାଳୟରେ ଅତିଥି ଅଧ୍ୟାପକ ୨୮/୧୧ ୮୯ ମସିହାରେ ଶିକ୍ଷା ଦାନ ଆରମ୍ଭ କରିଥିବା ବେଳେ ୩୧/୮/୧୯୯୦ ମସିହାରେ ସ୍ଥାୟୀ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କରି ନିଯୁକ୍ତି କ୍ଷେତ୍ରରେ ଥଇଥାନ କରିଥିଲେ। ସେ ୩୧/୧୦/୨୦୧୫ ମସିହାରେ ଅବସର ଗ୍ରହଣ କରିଥିଲେ। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନଶ୍ୱର୍ ସ୍ଥିତ ଏକ ଘୋରଇ ହସ୍ପିଟାଲରେ ଚିିକିତ୍ସାଧିନ ଥିଲେ। ଗତକାଲି ମଧ୍ୟରାତ୍ରରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.