www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍ତମ ରୋଗୀ ସେବା ଯୋଗାଇ ଦେବା ପାଇଁ ବୈଠକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଡାକ୍ତରଖାନାର ଡାକ୍ତର ମାନଙ୍କ ସହ ଏକ ବୈଠକ କରି ଡାକ୍ତରଖାନାର ବିଭିହ୍ନ ସମସ୍ୟା ଉପରେ ସ୍ଥିତି ପରଖି ଥିଲେ। ଏହି ବୈଠକରେ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲାରେ ଥିବା ଡାକ୍ତରଖାନାର ବିଭିନ୍ନ ସମସ୍ୟା ସହ ଖାଲିପଡି ଥିବା ପଦପଦବୀ ଉପରେ ସମୀକ୍ଷା କରି ତଥ୍ୟ ହାସଲ ଥିଲେ। ଏପରି କି ତିନି ଗୋଟି ବ୍ଲକ୍‌ରେ ଥିବା ଡାକ୍ତରଖାନା ଓ ସବ୍‌ ସେଣ୍ଟର ଗୁଡ଼ିକରେ ରୋଗୀମାନେ କିପରି ସୁବିଧାରେ ସେବା ପାଇ ପାରିବେ ସେଥି ପ୍ରତି ଡାକ୍ତର ମାନଙ୍କୁ ସେବା ଯୋଗାଇବା ପାଇଁ ଉପଯୁକ୍ତ ଧ୍ୟାନ ପାଇଁ ପରାମର୍ଶ ଦେଇଥିଲେ। ନିର୍ବାଚନ ମଣ୍ଡଳୀର ତିନି ଗୋଟି ବ୍ଲକ୍‌ରେ ବସବାସ କରୁଥିବା ଲୋକେ ଯେପରି ମୌଳିକ ଡାକ୍ତରୀ ସୁବିଧା ପାଇବାରେ ବଞ୍ଚିତ ନହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେଇ, ଡାକ୍ତର ମାନେ ହି ତାଙ୍କ ସେବା ଜାହିର ରଖିବେ ବୋଲି ବିଧାୟକ ବାଗ ଆଶା ବ୍ୟକ୍ତ କରିଥିଲେ। ଏହି ବୈଠକରେ ମୁରିବାହାଲ, ବଙ୍ଗୋମୁଣ୍ଡା ସିନ୍ଧେକେଲା ଓ ତୁରେକେଲା ବ୍ଲକ୍ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ କଣ୍ଟାବାଞ୍ଜି ଡାକ୍ତରଖାନା ମେଡ଼ିକାଲ୍‌ ଅଫିସର ମାନଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଡାକ୍ତର ଖାନା ର ବିଭିନ୍ନ ସମସ୍ୟା ର ତ୍ୱରିତ ସମାଧାନ ସହ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଵା ପାଇଁ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories