ଆଠଗଡ: ପବିତ୍ର ବାହୁଡା ଯାତ୍ରା ଅବସରରେ ଆଠଗଡର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ କୃପା ପରିଷଦ ଆନୁକୂଲ୍ୟରେ ରଥଗଡାଠାରେ ରଥାରୂଢ ଅଟ୍ଟାଳି ଜଗନ୍ନାଥଙ୍କ ସମ୍ମୁଖରେ ୪ ଦିନ ବ୍ୟାପୀ ଭଜନ ସମାରୋହ ଆୟୋଜିତ ହେଉଛି। ୨ୟ ଦିନରେ ଏହି ଭଜନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଖାଦ୍ୟ ଯୋଗାଣ ଏବଂ ବିଜ୍ଞାନ ଓ କାରଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ମହାପ୍ରଭୁ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ହୃଦୟର ଦେବତା ଏବଂ ଅସ୍ମିତାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସଭାପତି ହେମନ୍ତ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଅଭୟ କୁମାର ବାରିକ, ଆସ୍କାର ବରିଷ୍ଠ ବିଜେପି ନେତା ମହେଶ ମହାନ୍ତି, ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି ଓ ରଥଗଡା ଅଞ୍ଚଳର ମୁରବୀ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।
Popular Categories



