ଗୋପାଳପୁର: ନିଷ୍ଟ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍, ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ, ସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୁଲ୍ୟରେ ନିଷ୍ଟ୍ କ୍ୟାମ୍ପସ ପରିସରରେ ବନମହୋତ୍ସବ ଅବସରରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଯୋଗଦେଇ ପରିବେଶର ମୂଳରେ ବୃକ୍ଷର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସତ୍ୟସାଇ ସେବା ସଂଗଠନର ସଂଯୋଜକ ମହେଶ ଜେନା, ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ଭାରତ ଗୌରବ ଦାଶ ଓ ନିଷ୍ଟ୍ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍ ର କାର୍ଯ୍ୟକ୍ରମ ଅଧିକାରୀ ଏମ.ଡି ରିୟାଜ୍ଉଦିନଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବନମହୋତ୍ସବ ଅବସରର ନିଷ୍ଟ୍ କ୍ୟାମ୍ପସ ପରିସରରେ ୧୦୦ରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରଯାଇଥିଲା।
ନିଷ୍ଟ ବିଶ୍ୱବିଦ୍ୟାଳୟ, ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ଓ ସତ୍ୟସାଇ ସେବା ସଂଗଠନର ବନମହୋତ୍ସବ ପାଳନ
Popular Categories



