ରେଙ୍ଗାଲିକ୍ୟାମ୍ପ: ଅତାବିରା ହନୁମାନ ମନ୍ଦିର ସମ୍ମୁଖରେ ଯାଇଥିବା ଜାତୀୟ ରାଜପଥ ଠାରେ ବହୁମୂଲ୍ୟ ଟଙ୍କାର ଏକ ଗାଈକୁ ଅଜଣା ଗାଡ଼ି ସାମାନ୍ୟ ଧକ୍କା ଦେବା ଫଳରେ ଗାଈଟି ମୃତ୍ୟୁ ବରଣ କରିଛି। ଅତାବିରା ଏନ୍ ଏ ସି ପକ୍ଷରୁ ଅତାବିରା ଠାରେ କାଞ୍ଜି ହାଉସ ନ କରିବାରୁ ଏମିତି ପ୍ରତିଦିନ ଶହଶହ ଗାଈଗୋରୁ ରାସ୍ତାରେ ଜୀବନ ହରାଉଛନ୍ତି। କାରଣ ହେଉଛି କି ସନ୍ଧ୍ୟା ୫ଟାରେ ଲୋକେ ନିଜର ଗାଈକୁ ଘରକୁ ନେଇଯିବା ନିୟମ ରହିଛି। ଯଦି ଲୋକେ ନିଜର ଚରା ଗାଈକୁ ନ ନେବେ ତେବେ ଏନ୍ ଏ ସି ପକ୍ଷରୁ ସେହି ଗାଈକୁ ନେଇ ଯାଇ କାଞ୍ଜି ହାଉସରେ ବାନ୍ଧି ରଖିବେ। ଗାଈର ମାଲିକ ଆସି କିଛି ଫାଇନ ଦେଇ ନିଜ ଗାଈକୁ ନେଇପାରିବ। କିନ୍ତୁ ଅତାବିରାରେ ଯେବେ ପର୍ଯ୍ୟନ୍ତ କାଞ୍ଜି ହାଉସ ନିର୍ମିତ ନହେବ ସେତେ ଦିନ ପର୍ଯ୍ୟନ୍ତ ଗୋରୁ ଗାଈଙ୍କ ଜୀବନ ନେବ ଏହି ରାଜପଥ।
Popular Categories



