www.samajalive.in
Saturday, December 6, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଓ ଆଇଟିଡିଏ ତରଫରୁ ବିହନ ଏବଂ ମଞ୍ଜି ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ଟେଲାପାଲୀ ଗାଁ ଧରଣୀ ପେନୁ ନିକଟରେ ଫିରିଙ୍ଗିଆ ଜନଜାତି ଜୀବିକା ମିଶନ ଓ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ବିହନ ଓ ମଞ୍ଜି ବଣ୍ଟନ କରା ଯାଇଛି। ଜନଜାତି ଜୀବିକା ମିଶନ ସାଥି ବଡ଼ଣା କହଁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିହନ ବଣ୍ଟନ କାର୍ଯ୍ୟକ୍ରମରେ କୁଡୁକି, ଟେଲାପାଲୀ, ଗଞ୍ଜୁଖୋଲ, ଶିକୁଳିପଦର, ସାରୁକୋଇର ୧୧୧ଟି କ୍ଲଷ୍ଟରରୁ ୯୦ ଜଣ ଲୋକଙ୍କୁ ବିହନ ଓ ମଞ୍ଜି ଜୈବିକ ଖତ, ନିମ ତେଲ, ରୋଗ ପୋକ, ବିହନ ବିଶୋଧନ, ବାସମତି ଧାନ, ମିଠା ମକା, ଓ ବିନସି ମଞ୍ଜି ଆଦି ବଣ୍ଟନ କରା ଯାଇଥିଲା। କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ, ଟ୍ରାଇଫେଡ଼ ଉପାଧ୍ୟକ୍ଷ୍ୟ ପବିତ୍ର କହଁର, ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜିତା ମଲିକ, ଫିରିଙ୍ଗିଆ ସମିତି ସଭ୍ୟା ମୌସୁମୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories