www.samajalive.in
Monday, December 15, 2025
15.1 C
Bhubaneswar

କଳାପଥର ଧଳାପଥର ପୂର୍ତ୍ତ ରାସ୍ତା ଅବରୋଧ ମୁକ୍ତ କରାଯିବାକୁ ଦାବି

କଳାପଥର (ବାଙ୍କୀ): ସାରା ରାଜ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଆଦି ସ୍ଥାନରେ ଫୁଟ୍‌ପାଥ ବ୍ୟବସାୟୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଛି। ଏପରିକି ରାସ୍ତାକଡରେ କ୍ୟାବିନ, ଚାଳିଆ ଓ ତମ୍ବୁ ଟାଣି ବ୍ୟବସାୟୀମନେ ବ୍ୟବସାୟ କରିବା ପାଇଁ ପସନ୍ଦ କରୁଛନ୍ତି। ଏଭଳି ଘଟଣା ବାଙ୍କୀ ଉପଖଣ୍ଡର ବାଙ୍କୀ ବଜାର, କଳାପଥର, ବ୍ରହ୍ମପୁରାର ତାରିଣି ଛକ, ପଥୁରୀପଡା ବଜାର ଓ ବୈଦ୍ୟେଶ୍ୱର ଛକ ଆଦି ସ୍ଥାନରେ ଦେଖିବାକୁ ମିଳିଛି। ବିଶେଷ କରି ମୁଖ୍ୟ ରାସ୍ତାକୁ ବ୍ୟବହାର କରି ପରିବା ବ୍ୟବସାୟୀମାନେ ବ୍ୟବସାୟ କରୁଥିବା ବେଳେ ଯାତାୟତରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହେଉଛି। ବାଙ୍କୀ ବଜାର ଦେଇ କଟକ ଓ ଭୁବନେଶ୍ୱର, କଳାପଥର ବଜାର ଦେଇ ଭୁବନେଶ୍ୱର ଓ କଣ୍ଟିଲୋ ଓ ଦଶପଲ୍ଲା ଏବଂ ବୈଦ୍ୟେଶ୍ୱର ଠାରେ ଟି-ସେତୁ ଦେଇ ବଡମ୍ବା-ଅନୁଗୁଳ ସହିତ ସଂଯୋଗ ହୋଇଥିବାରୁ ବହୁଗାଡ଼ି ଦୈନିକ ଯିବାଆସିବା କରିଥାନ୍ତି। ଆଉ ମଧ୍ୟ କଳାପଥର ବସ୍‌ଷ୍ଟାଣ୍ଡ ଠାରେ ପରିବା ବେପାରୀ ବେପାର ଆରମ୍ଭ କରିଥିବାରୁ ଖାଉଟିମାନେ ସାଇକେଲ୍‌, ଦୁଇଚକିଆଯାନ, ତିନିଚକିଆ ଓ ଚାରିଚକିଆ ଯାନ ରଖିବା ଯୋଗୁ ଏହି ରାଜପଥରେ ଯାତାୟତ ବାଧାପ୍ରାପ୍ତ ହେଉଛି। ଖଜୁରୀପଦା ଓ ଗ୍ରାମାଞ୍ଚଳ ଚାଷୀମାନେ କଳାପଥର ବସଷ୍ଟାଣ୍ଡ୍ ଠାରେ ନବସି ଷ୍ଟେଟ୍ ବ୍ୟାଙ୍କ ନିକଟରେ ମୁଖ୍ୟରାସ୍ତା ଉପରେ ବସି ରହୁଛନ୍ତି। ସେହିପରି ବ୍ରହ୍ମପୁରାର ତାରିଣି ଛକ ଠାରେ ସବୁଦିନ ରାସ୍ତାର ଉଭୟ ପାଶ୍ୱର୍ରେ ଏଭଳି ପସରା ମେଲେଇ ଥାନ୍ତି ଯେ ଗାଡିଗୁଡିକ ଯିବାଆସିବା ନିମନ୍ତେ ଅସୁବିଧା ସୃଷ୍ଟି ହେବା ସଂଗେ ସଂଗେ ବହୁଥର ବିବାଦ ମଧ୍ୟ ଥାନାରେ ପହଞ୍ଚିଛି। ସେହିପରି ପଥୁରୀପଡା ବଜାର ଓ ବୈଦ୍ୟେଶ୍ୱର ଛକ ଠାରେ ରାସ୍ତା ଉପରେ ବ୍ୟବସାୟୀମାନେ ନିଜର ପସରା ଲମ୍ବେଇ ବ୍ୟବସାୟ କରୁଛନ୍ତି। ଏପରିକି ଦମ୍‌କଳ, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ଯାନଗୁଡିକ ଯାତାୟତ କରିବାରେ ବହୁ ଅସୁବିଧା ସୃଷ୍ଟି ହୋଇଛି। ବାଙ୍କୀ ସହରରେ ବ୍ୟବସାୟୀମାନେ ରାସ୍ତା ଉପରେ ବସୁଥିବା ବେଳେ ବାଙ୍କୀ ଏନ୍‌.ଏ.ସି କର୍ତ୍ତୁପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାଁନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories