ଜି ଉଦୟଗିରି: ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ମାନ୍ୟବର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜନତା ତାଙ୍କୁ ବିଜୟୀ କରାଇଥିବାରୁ ଜନତା ଜନାର୍ଦ୍ଦନଙ୍କୁ ସେ ପ୍ରଣାମ କରିଥିଲେ। ବ୍ଲକ ସଭାପତି ମନମୋହନ ପ୍ରଧାନଙ୍କ ଅଧକ୍ଷତାରେ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କଂଗ୍ରେସ କର୍ମୀ ବିଶ୍ଵନାଥ ନାୟକ, ରମାକାନ୍ତ ମହାପାତ୍ର, ଅନ୍ଧାରୀ ନାୟକ, ରାମାରାଓ ନାୟକ, ପାଉଲ ପ୍ରଧାନ, ପ୍ରମୋଦ ପ୍ରଧାନ, ଶରତ ଦିଗାଲ ଓ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହି ଜି ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ, ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ଓ ବାଇପାସ ରାସ୍ତା ଉପରେ ଗୁରୁତ୍ବ ଦେବାକୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
Popular Categories



