ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଅଧା ବାଟରେ ଫସି ରହିଛି। ଭକ୍ତମାନେ ରଥକୁ ଟାଣି ନେଉଥିବାବେଳେ ଦେବୋତ୍ତର କାର୍ଯ୍ୟାଳୟ ପାଖରେ ବାମ ମୋଡ଼ ନେଇ ଏହା ଟ୍ରାକ୍ ବାହାରକୁ ଚାଲିଯାଇଥିବା ଜଣାପଡ଼ିଛି। ଶତ ଚେଷ୍ଟା ପରେ ମଧ୍ୟ ରଥକୁ ଉଠାଯାଇପାରି ନାହିଁ। ବର୍ତ୍ତମାନ ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍କୁ ଆଣିବାକୁ ଉଦ୍ୟମ ଜାରି ରହିଛି।



