ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

ଜି.ଉଦୟଗିରି: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ କାର୍ଯ୍ୟାଳୟ ପରିସରରେ ଆସନ୍ତା ୨୩/୨୪ ଦୁଇ ଦିନ ଧରି ଅନୁଷ୍ଠାନର ରୋପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଇ ହରିଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଙ୍ଗଠନର ସଭାପତି ପ୍ରଶାନ୍ତ କୁମାର ଶତପଥି, କୋଷାଧ୍ୟକ୍ଷ ଶାନ୍ତନୁ କୁମାର ମିଶ୍ର, ପ୍ରଦୀପ କୁମାର ସ୍ବାଇଁ, ନୃସିଂହ ଚରଣ ପଣ୍ଡା, ଶୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ବ୍ୟାପକ ପ୍ରଚାର ପ୍ରସାର କରାଯିବା ପାଇଁ ନିଷ୍ପତ୍ତି ନିଆଗଲା।

Comments are closed.