ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମହାଆଡମ୍ବରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଗୋପାଳପୁର: ବ୍ରହ୍ମପୁର ବଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଭଞ୍ଜ ମଣ୍ଡପ ଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆନ୍ତର୍ଜତୀୟ ଯୋଗ ଦିବସର ଶୁଭାରମ୍ଭ କରିଥିଲେ। ଏହି ଅବସରର ବିଶିଷ୍ଟ ଯୋଗଗୁରୁ ତଥା ସହାୟତା ଫାଉଣ୍ଡେସନର ପ୍ରତିଷ୍ଠାତା କିରଣ ଜୀ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ନିୟମିତ ଯୋଗଭ୍ୟାସ କରିବା ସହ ଯୋଗ ଓ ପ୍ରାଣାୟମର ଉପାଦୟତା ସପର୍କରେ ସମସ୍ତୁଙ୍କୁ ବୁଝାଇଥିଲେ। ଓମ୍ ମନ୍ତ୍ର ଉଚ୍ଚାରଣ ସହ ପ୍ରାର୍ଥନା କରି ସେ ଯୋଗଭ୍ୟାସର ଶୁଭାରମ୍ଭ କରିଥିଲେ। ଅନ୍ୟତମ ସମ୍ମାନନୀୟ ଅତିଥିଭାବେ ବରିଷ୍ଠ ଯୋଗ ଗୁରୁ ତଥା ଫିଜିଓଥେରାପିଷ୍ଟ ସୁବାସ ଚନ୍ଦ୍ର ବରାଳ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକଙ୍କୁ ସମୂହ ଯୋଗାଭ୍ୟାସ କରାଇଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଇତିଶ୍ରୀ ଗୀତା କୁମାରୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଶେଷରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସ୍ମାରକଚିହ୍ନ ଦେଇ ସମ୍ମାନନୀୟ ଅତିଥିଙ୍କୁ ପୁରସ୍କୃତ କରିଥିଲେ।
Comments are closed.