ମନମୁଣ୍ଡା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ମନମୁଣ୍ଡା: ଚଳିତବର୍ଷ କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ହେଉଥିବା ରଥଯାତ୍ରା ପର୍ବକୁ ଖୁବ୍ ଧୁମଧାମରେ ପାଳନ କରିବା ପାଇଁ ଶନିବାର ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରାଙ୍କ ସଭାପତିତ୍ୱରେ ଏକ ପ୍ରସ୍ଥୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନମୁଣ୍ଡା ପଞ୍ଚାୟତ ସଭାଗୃହ ଠାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ପରିଚାଳନା କମିଟି, ଦଧିବାମନ ମନ୍ଦିର ପରିଚାଳନା କମିଟି ଓ ମାଉସୀ ମାଁ (ଭାଗବତ ମନ୍ଦିର) ମନ୍ଦିର ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ରଥଯାତ୍ରା ପରିଚାଳନା କମିଟିର ସମ୍ପାଦକ ଗଣେଶ ତ୍ରିପାଠୀଙ୍କ ଦ୍ୱାରା ଗତବର୍ଷ ରଥଯାତ୍ରା ସମୟର ଆୟ ବ୍ୟୟର ହିସାବ ପଠନ କରାଯାଇଥିଲା। କମିଟି ତରଫରୁ ପୁରୁଣା ରଥର ସ୍ଥିତି ଅନୁଧ୍ୟାନ ପୂର୍ବକ ରଥ, ଶ୍ରୀ ଜୀଉଙ୍କ ଅଳଙ୍କାର ଓ ସୁଦର୍ଶନ ଚକ୍ରର ମରାମତି ପାଇଁ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା ଓ ରଥଯାତ୍ରା ପୂର୍ବରୁ ମନ୍ଦିର ଚତୁଃପାର୍ଶ୍ଵ ଓ ରଥ ଖଳା ରାସ୍ତାର ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଆଲୋଚନା କରାଯାଇଥିଲା।

Comments are closed.