ସୋନପୁରରୁ ଝାରମୁଣ୍ଡା ଷ୍ଟେସନ ଯାଏଁ ହେଲା ଟ୍ରେନ ସ୍ପିଡ ଟ୍ରାଏଲ ରନ୍

ବାଉଁଶୁଣି: ନିର୍ମାଣାଧିନ ଖୋର୍ଦ୍ଧା-ବଲାଙ୍ଗୀର ବ୍ରଡ଼ ଗଜ ରେଳପଥରେ ଆରମ୍ଭ ହୋଇଛି ଟ୍ରେନ ସ୍ପିଡ ଟ୍ରାଏଲ ରନ୍। ଉକ୍ତ ଟ୍ରେନ ସ୍ପିଡ ଟ୍ରାଏଲ ରନକୁ ନିରୀକ୍ଷଣ କରିଛନ୍ତି ଦକ୍ଷିଣ – ପୂର୍ବ ରେଳବାଇ ସର୍କଲର ନିରାପତ୍ତା ଆୟୁକ୍ତ ବ୍ରିଜେଶ ମିଶ୍ର। ଆଜି ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଏଲ ରନ୍ ହେବାକୁ ଥିବା ବେଳେ ଶ୍ରୀ ମିଶ୍ର ରେଳପଥ ନିର୍ମାଣର ସୁରକ୍ଷା ଅନୁଧ୍ୟାନ କରିବେ। ଟ୍ରାଏଲ ସ୍ପିଡ ରନ୍ ସୋନପୁର ରେଳ ଷ୍ଟେସନ ଠାରୁ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଝାରମୁଣ୍ଡା ଷ୍ଟେସନ ପର୍ଯ୍ୟନ୍ତ ହେବ ଓ ଏହି ସମୟ ମଧ୍ୟରେ ସମ୍ପୃକ୍ତ ରେଳ ଲାଇନ୍ ଉପରେ ଯାତାୟତ କିମ୍ବା ବ୍ୟବହାର ନ କରିବା ପାଇଁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିବା ସୂଚନା ମିଳିଛି।

Comments are closed.