ଗଞ୍ଜାମ: ରଜ ପର୍ବ ଓଡ଼ିଶାର ଏକ ଲୋକପ୍ରିୟ ଓ ନିଆରା ପର୍ବ ଯାହା ନାରୀତ୍ବର ସମ୍ପୂର୍ଣ୍ଣ ଅସ୍ତିତ୍ୱର ସମ୍ମାନର ଏକ ମହୋତ୍ସବ। ଏହି ପର୍ଵ ଆମ ସାମାଜିକ ଜୀବନରେ ଖୁବ ଗଭୀର ଭାବେ ଜଡ଼ିତ। ଓଡ଼ିଶାର ଏହି ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇଥାଏ। ଗଞ୍ଜାମ ବ୍ଲକ ସମେତ ଗଞ୍ଜାମ ସହରର ବିଭିନ୍ନ ଅଞ୍ଚଳରେ ଏହି ପର୍ବ ପାଳନ ହୋଇଥାଏ। ସେହିପରି ଗଞ୍ଜାମ ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର କଲୋନୀବାସୀ ଖୁବ ଜାକଜମକରେ ୧୪ ଜୁନରୁ ୧୬ ଜୁନ ମଧ୍ୟରେ କଲୋନୀ ପରିସରରେ ରଜ ପର୍ଵ ପାଳନ କରିଛନ୍ତି। ଏହି ଅବସରରେ ପୁଚି ଖେଳ, ରଜ ପାନଭଙ୍ଗା, ପୋଡପିଠା ପ୍ରସ୍ତୁତି ଓ ରଜ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ଆହୁରି ଉପଭୋଗ୍ୟ କରିଥିଲା ବିଭିନ୍ନ ଶୃତି ମଧୁର ସଙ୍ଗୀତ ପରିବେଷଣ ଓ ପାରମ୍ପରିକ ବେଶଭୂଷା ସହିତ ରାମ୍ପ ୱାକ୍, କଲୋନୀର ମହିଳା ଓ ଝିଅ ମାନଙ୍କ ଦ୍ୱାରା ହୋଇଥିଲା। ଉତ୍ସବରେ ଉପସ୍ଥିତ ଥିବା ସମସ୍ତେ ରଜ ଦୋଳି ଖେଳି, ସେଲଫି ପଏଣ୍ଟରେ ଫଟୋ ଉଠାଇ ତାର ମଜା ନେଇଥିଲେ। ଶେଷରେ ପରସ୍ପରକୁ ରଜ ଶୁଭେଚ୍ଛା ଜଣେଇ ଖୁସି ବାଣ୍ଟିଥିଲେ।
Popular Categories



