www.samajalive.in
Sunday, December 7, 2025
14.1 C
Bhubaneswar

ପରିବେଶ ସୁରକ୍ଷାର ବାସ୍ତବ ଚିତ୍ର – ସେଦିନର ଘଞ୍ଚ ଜଙ୍ଗଲ ଆଜି ଲଣ୍ଡା ପର୍ବତ

ରେଙ୍ଗାଲି: ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ତୃଣମୂଳ ସ୍ତରରେ ଜଙ୍ଗଲ ଓ ପରିବେଶ ସୁରକ୍ଷାର ବାସ୍ତବ ଚିତ୍ର ଅତି ବିକଳ। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ରେଙ୍ଗଲୋଇ ଗ୍ରାମରେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳୁଛି। ରେଙ୍ଗଲୋଇ ଗ୍ରାମ ଉପକଣ୍ଠରେ ବିଗତ ବର୍ଷରେ ଥିବା ୫୯ ଏକର ପରିମିତ ଘଞ୍ଚ ଗ୍ରାମ୍ୟ ଜଙ୍ଗଲ ଏବେ ଲଣ୍ଡା ପର୍ବତରେ ପରିଣତ ହୋଇଛି। ନାନା ପ୍ରଜାତିର ଗଛରେ ପରିପୁଷ୍ଟ ରେଙ୍ଗଲୋଇ ଗ୍ରାମ୍ୟ ଜଙ୍ଗଲ ଜନଜାତି ସଂପ୍ରଦାୟର ଜୀବନ ଜୀବିକାର ଆଧାର ସାଜିବା ସହିତ ସୁସ୍ଥ ପରିବେଶର ପରିଚାୟକ ଥିଲା। ତେବେ ପ୍ରତିଯୋଗିତା କଲା ଭଲି ଆଖିବୁଜା ଗଛ କଟା ଯୋଗୁଁ କିଛି ବର୍ଷ ହେଲା ଏହି ଗ୍ରାମ୍ୟ ଜଙ୍ଗଲ ବୃକ୍ଷ ଶୂନ୍ୟ ହୋଇ ଲଣ୍ଡା ହୋଇ ଯାଇଛି। ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଗ୍ରାମପଞ୍ଚାୟତର ଦାୟିତ୍ୱ ହୋଇ ଥିଲେ ମଧ୍ୟ ସଚେତନତାର ଅଭାବ ତଥା ଏ ଦିଗରେ ଗୁରୁତ୍ବ ଦିଆଯାଉ ନଥିବାରୁ ଜଙ୍ଗଲର ଏଭଳି ଦୁର୍ଗତି ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ଗ୍ରାମ୍ୟ ଜଙ୍ଗଲକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇ ରକ୍ଷଣାବେକ୍ଷଣ କରାଗଲେ ଧ୍ବଂସ ହୋଇ ଯାଇଥିବା ଜଙ୍ଗଲ ପୁଣି ବୃକ୍ଷରାଜିରେ ପରିପୁଷ୍ଟ ହୋଇ ପାରନ୍ତା ବୋଲି ପରିବେଶପ୍ରେମୀ ମହଲରେ ଦାବୀ ହେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories