www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି: ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସ୍ଥାନୀୟ ସରକାରୀ ଡାକ୍ତରଖାନାର ଠାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବ୍ଲଡ ବ୍ୟାଙ୍କ ଦ୍ୱାରା ବିଶ୍ୱ ରକ୍ତ ଦାତା ଦିବସ ପାଳନ କରାଯାଇଥିଲା। ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ସମ୍ମାନିତ ଅତିଥି ଭାବେ ନଗରପାଳ ବରିୟମ ସିଂ ସାଲୁଜା ଯୋଗ ଦେଇଥିଲେ। ମଞ୍ଚରେ ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ, ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ମାତା ଶ୍ରଦ୍ଧାଞ୍ଜଳି, ଡାକ୍ତର ଇପ୍ସିତା ବେହେରା, ଡାକ୍ତର ବେନୁଧର ରାଉତ ସହ ମାରୱାଡି ୟୁବା ମଞ୍ଚ ବିକାଶ ଶାଖାର ସଭାପତି ଅଜୟ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲଡ ବ୍ୟାଙ୍କ କମିଟି ସଦସ୍ୟ ଆଶିଷ ଖଇତାନ ମଞ୍ଚ ପରିଚାଳନା କରିଥିଲେ। ୨୦୨୩ -୨୦୨୪ ବର୍ଷରେ ରକ୍ତଦାନ ଶିବିର ଆୟୋଜନ କରିଥିବା ପ୍ରେସ୍ କ୍ଲବ, ତେରାପନ୍ଥ ଯୁବକ ପରିଷଦ, ମାରୱାଡି ୟୁବା ମଞ୍ଚ ବିକାଶ ଶାଖା, ଅଲ ଇଣ୍ଡିଆ ମୋବାଇଲ୍ ରିଟେଲ୍ ଆସୋସିଏସନ୍, ମାରୱାଡି ଯୁବା ମଞ୍ଚ ପ୍ରଗତି ମହିଲା ଶାଖା, ମାରୱାଡି ମହିଲା ସମିତି, ମାଲି ସମାଜ, ସମ୍ରାଟ ଅଶୋକ ଫାଉଣ୍ଡେସନ, ଯାଦବ ସମାଜ, ରାମ ସେନା, ହମାରେ ପଡ଼ୋଶୀ, ବିପ୍ର ଫାଉଣ୍ଡେସନ ସହ ବିଭିନ୍ନ ସଂଗଠନକୁ ସମ୍ମାନିତ କରାଯାଇଥିଲା। ଏହା ସହିତ ବର୍ଷସାରା ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ଏବଂ ଅନ୍ୟ ମାନଙ୍କୁ ରକ୍ତଦାନ ପାଇଁ ପ୍ରେରଣା ଦେଇଥିବା ରକ୍ତଦାତା ପ୍ରଭଜିତ ସିଂ ସାଲୁଜା, ଆନନ୍ଦ ମୋଟେ, ସୁରଦାସ ବାଗ, ହନି ସିଂ, ଜଗମୋହନ ତାଣ୍ଡି, ସନଦୀପ ଶର୍ମା, ବନବାସୁ ବେହେରା, ଶାନ୍ତନୁ ବିଭାର, ପପୁ ଜୁଏଡ ସହ ଅନ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories