ପାଟଣା: ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଚଳା ଚଳ କରୁଥିବା ଲକ୍ଷ୍ମୀ ବସ ଆୟ କମ ଖର୍ଚ୍ଚ ବେଶି ନୀତିରେ ଚାଲିଥିବା ବେଳେ ଗତକାଲି ଠାରୁ ଚଳା ଚଳ କରୁଥିବା ଲକ୍ଷ୍ମୀ ବସରୁ ଲୋଗୋ ହଟାଇ ଦିଆଯାଇଛି। ଏପରିକି କେତେକ ସ୍ଥାନରେ କରାଯାଇଥିବା ଲକ୍ଷ୍ମୀ ବସ ଷ୍ଟପରୁ ମଧ୍ୟ ଲେଖା ଉଭାନ ହୋଇଯାଇଛି। ଏହି ବସ ଚଳାଚଳ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିଯିବାରୁ ଏଣିକି ଏହି ବସ ଗୁଡିକ ସରକାରୀ ବସ ଭାବେ ଚଳାଚଳ ଜାରି ରଖିବ ବୋଲି ମତ ରଖିଛନ୍ତି। ତେବେ ପ୍ରଚାର ସର୍ବସ୍ୱ ଏହି ଯୋଜନାକୁ ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରାନଗଲେ ରାଜ୍ୟ ସରକାର କୋଟି କୋଟି ଟଙ୍କା କ୍ଷତି ସହିବେ ବୋଲି ଲୋକେ କହୁଛନ୍ତି।
Popular Categories



