www.samajalive.in
Saturday, December 13, 2025
17.1 C
Bhubaneswar

କାଳବୈଶାଖୀ ତାଣ୍ଡବ, ଉପୁଡିଲା ଶହ ଶହ ଗଛ ଓ ବିଦ୍ୟୁତ ଖୁଣ୍ଟ

ପାଟଣା: ସାହାରପଡା ବ୍ଲକ ଅଞ୍ଚଳରେ ଗୁରୁବାର କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରାହ୍ନରେ ହଠାତ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ସହ ଘନଘନ ବଜ୍ରପାତ ହୋଇଥିଲା। ଏହି ସମୟରେ ବାଲିପଶି ଗ୍ରାମରେ ୧୦ରୁ ଅଧିକ ଘରର ଛପର ଉଡିଯିବା ସହ ଶହ ଶହ ଗଛ ଉପୁଡି ପଡିଛି। ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଉପରେ ବିରାଟ ଗଛ ଡାଳ ପଡିଯିବାରୁ ଅଙ୍ଗନବାଡି କେନ୍ଦ୍ର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଗ୍ରାମର ଧୀରେନ ନାଏକ, ସଙ୍କରି ନାଏକ, ଭାବଗ୍ରାହୀ ନାଏକ, ଯୁଧିଷ୍ଠିର ନାଏକଙ୍କ ସମେତ ଅନେକଙ୍କ ଘରର ଛପର ଉଡିଯାଇଛି। ସେହିପରି ବିଲା-ଚଢେଇଭୋଳ ରାସ୍ତା ଉପରେ ଗଛ ପଡ଼ିଥିବାରୁ ଉକ୍ତ ରାସ୍ତାରେ ଗମନା ଗମନ ସହ ଗାଡି ମୋଟର ଚଳାଚଳ ବ୍ୟାହତ ହୋଇଛି। ଏଥି ସହ ଅଞ୍ଚଳରେ କେତେକ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଘଟଣାସ୍ଥଳରେ ସାହାରପଡା ଅଗ୍ନିଶମ ବାହିନୀ ପହଁଞ୍ଚି ଘର ଉପରେ ପଡିଥିବା ଗଛକୁ କାଟି ହଟାଇବା କାର୍ଯ୍ୟ ଜାରି ରଖିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories