ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଜଳାଭିଷେକ
ବୌଦ୍ଧ: ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ସୁଶାସନ ଓ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ବାବା ଶ୍ରୀଚନ୍ଦ୍ରଚୁଡ ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମସ୍ତ ସଦସ୍ୟ ମିଳିତ ଭାବେ ମହାନଦୀରୁ ୧୦୮ କଳସ ଜଳ ଆଣିଥିଲେ। ପଣ୍ଡିତ ରଣଜିତ୍ ହୋତା ନିତିକାନ୍ତି ସହ ସମସ୍ତ କଳସରେ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ, ପଞ୍ଚାମୃତ ଓ ଗଙ୍ଗାଜଳ ଦେଇଥିଲେ। ପଣ୍ଡିତ ଶିବ ପାଣିଗ୍ରାହୀ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ପରେ ଜଳାଭିଷେକ ହୋଇଥିଲା। ଜିଲ୍ଲା ସଭାପତି ଗୁରୁପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଡମରୁଗଡ ଠାରେ ଅନୁଷ୍ଠିତ ବିଶ୍ଵଶାନ୍ତି ଯଜ୍ଞରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ସମ୍ପାଦକ ଦେବାଶିଷ ପୁରୋହିତ ଆସନ୍ତା ରଥଯାତ୍ରା ୨୦୨୪ରେ ହେବାକୁ ଥିବା ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଜ୍ୟୋତିର୍ବିଦ ଓ ପଣ୍ଡିତମାନଙ୍କ ମିଳିତ ସହଯୋଗରେ ଦେବସ୍ନାନ ପୂର୍ଣ୍ଣମୀ ଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ସମୟ ନିର୍ଘଣ୍ଟ କରାଯାଇଥିଲା। ଆଜିର କାର୍ୟ୍ୟକ୍ରମରେ ଜ୍ୟୋତିର୍ବିଦ ସିଦ୍ଧେଶ୍ୱର ଯୋଶୀ, ନୃସିଂହ ଚରଣ ହୋତା, ଶ୍ରୀଧର ପୂଜାହାରି, ରବୀନ୍ଦ୍ର ପଣ୍ଡା, ସୁଦାମ ପାଣିଗ୍ରାହୀ, ମିନୁପ୍ରସାଦ ମିଶ୍ର, ସଂଜୟ ଶଙ୍କର ପୁରୋହିତ ପ୍ରମୁଖ ସାମିଲ୍ ହୋଇଥିଲେ। ଶେଷରେ ବଢ଼ିଗାଁ ଠାରେ ଅନୁଷ୍ଠିତ ସାମୁହିକ ଗୀତାପାଠରେ ସମସ୍ତେ ଯୋଗଦାନ କରି ପାଠ କରିଥିଲେ।
Comments are closed.