www.samajalive.in
Saturday, December 6, 2025
17.1 C
Bhubaneswar

ଧନ୍ଦାମୂଳକ ଶିକ୍ଷାରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ସଫଳତା

ବୌଦ୍ଧ: ହରଭଙ୍ଗା ବ୍ଲକ୍ ସରସରା ସ୍ଥିତ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗର ସମସ୍ତ ଛାତ୍ରଛାତ୍ରୀ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନୁସୟା କର୍ଣ୍ଣ, ଅଭିଜିତ ପ୍ରଧାନ, ଅର୍ଚ୍ଚିତା ପ୍ରଧାନ, ସୁପ୍ରିୟା ବାରିକ୍ ଓ ସ୍ୱାତିକା ଜେନା ମୋଟ ୧୦୦ ରୁ ୧୦୦ ନମ୍ବର୍ ରଖିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗୀୟ ଶିକ୍ଷକ ସର୍ବେଶ୍ଵର ସାହୁ ଓ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପତି ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ଯୋଗୁଁ ଶତପ୍ରତିଶତ ସଫଳତା ମିଳିପାରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories