ବୌଦ୍ଧ: ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ୧୬ ତାରିଖରେ କଣ୍ଟାମାଳ ହାଇସ୍କୁଲ ଏବଂ ୧୭ ତାରିଖରେ ହରଭଙ୍ଗା ବ୍ଲକ ଚାରିଛକ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ଲକରେ ୧୮୪ ଜଣ ପଂଜିକୃତ ହୋଇଥିବା ବେଳେ ସେଥିରୁ ୪୩ ଜଣଙ୍କୁ ୟୁଡି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିସହିତ ୭ ଜଣଙ୍କୁ ତିନିଚକିଆ ସାଇକେଲ, ୧୦ ଜଣଙ୍କୁ ହୁଇଲ ଚେୟାର ଓ ୨୦ଟି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। କଣ୍ଟାମାଳ ବ୍ଲକରେ ୫୦୧ ଜଣ ପଂଜିକୃତ ହୋଇଥିବାବେଳେ ୮୫ ଜଣଙ୍କୁ ୟୁଡି ଆଇଡି ପ୍ରମାଣପତ୍ର,୧୦ ଜଣଙ୍କୁ ତିନି ଚକିଆ ସାଇକେଲ, ୧୦ ଜଣଙ୍କୁ ହୁଇଲ ଚେୟାର ଏବଂ ଦୁଇଟି ଆଶାବାଡି ପ୍ରଦାନ କରାଯାଇଥିଲା। ସେହିପରି ହରଭଙ୍ଗା ବ୍ଲକର ୨୩୦ ଜଣ ପଂଜିକୃତ ମଧ୍ୟରୁ ୮୦ ଜଣଙ୍କୁ ୟୁଡି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର, ୧୩ ଜଣଙ୍କୁ ତିନି ଚକିଆ ସାଇକେଲ, ୧୭ ଜଣଙ୍କୁ ହୁଇଲ ଚେୟାର, ୪ଟି ଶବଣ ଯନ୍ତ୍ର, ୪ଟି ଆଶାବାଡି ଏବଂ ଦୁଇଗୋଟି ସିପି ଚେୟାର ପ୍ରଦାନ କରାଯାଇଥିଲା। ଚାରିଛକ ହାଇସ୍କୁଲଠାରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଶିବିର ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହି ସମସ୍ତ କାଉଣ୍ଟରକୁ ତଦାରଖ କରିବା ସହ ଲୋକଙ୍କ ଅଭିଯୋଗ ଶୁଣି ତାର ଆଶୁ ସମାଧାନ କରିଥିଲେ। ଏହି ଅବସରରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଣେ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୮୫ ହଜାର ଟଙ୍କା ଏବଂ ୫ ଜଣକୁ ରେଡକ୍ରସ ପାଣ୍ଠିରୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।
Popular Categories



