ବୋର୍ଡ଼ ସ୍କୁଲର ଉଚ୍ଚକୋଟୀର ମାଟ୍ରିକ ପରୀକ୍ଷାଫଳ
ଡେସ୍କ: ଚଳିତ ୨୦୨୪ବର୍ଷ ନିମନ୍ତେ କଟକ ମହାନଗର ନିଗମ ଅନ୍ତର୍ଗତ ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉଚ୍ଚକୋଟୀର ମାଟ୍ରିକ ପରୀକ୍ଷା ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟର ମୋଟ ୧୫୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବା ସହ ବିଦ୍ୟାଳୟର ପରୀକ୍ଷାଫଳ ଶତପ୍ରତିଶତ ହୋଇଛି। ତନ୍ମଧ୍ୟରୁ ୧୦ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ ଲାଭ କରିଥିବା ବେଳେ ୩୦ ଜଣ A2 , ୫୭ ଜଣ B1 , ୪୮ ଜଣ B2 ଓ ୭ଜଣ C ଗ୍ରେଡ ହାସଲ କରିଛନ୍ତି।
ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ଆଶାତୀତ ସଫଳତା ନିମନ୍ତେ ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ସେମାନଙ୍କ ମାତାପିତା, ବିଦ୍ୟାଳୟର ସମସ୍ତ ଶିକ୍ଷକ -ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହ ଶ୍ରୀ ଶତପଥୀ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସଭାପତି ଶ୍ରୀକାନ୍ତ ତରାଇ, ଜିଲ୍ଲା ଶିକ୍ଷା ଅଧିକାରୀ କଟକ ଡଃ ସନ୍ତୋଷ କୁମାର ରାଉତ,ଶିକ୍ଷା ବିଭାଗର ସମସ୍ତ ଉଚ୍ଚ କର୍ତ୍ତୃପକ୍ଷ ଓ ବିଦ୍ୟାଳୟର ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୈତ୍ୟାରି ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସାହୁଙ୍କ ସମେତ ଶିକ୍ଷକ -ଶିକ୍ଷୟିତ୍ରୀ ଭାଗିରଥି ପରିଡ଼ା, ଆଶାଲତା ବେହେରା, ପୁଷ୍ପିତl ନାୟକ, ପ୍ରଭାସିନୀ ଦତ୍ତ, ପ୍ରମୋଦ କୁମାର ପାଲ, ସାଗରିକା ଲେଙ୍କା ଓ ଜ୍ୟୋତିର୍ମୟୀ ସାହୁ ତଥା ଅତିଥି ଶିକ୍ଷକ ଜୟନ୍ତୀ ମlଝି, ଜୟନ୍ତ କୁମାର ଦାସ, ଅଞ୍ଜନା ବୋଷ ଓ ମନୋରଞ୍ଜନ ମିଶ୍ର ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Comments are closed.