ଫୁଲବାଣୀ: କିଛିଦିନର ନୀରବତା ପରେ ପୁଣି ଫିରିଙ୍ଗିଆ ପୋଲିସ ଏକ କାର ସହ ୧୬ କିଲୋରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଡ୍ରାଇଭର ସହ ଦୁଇଜଣ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗିରଫ ହୋଇଥିବା ଦୁଇଜଣ ମାଫିଆ ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁର ବିଶ୍ୱନାଥ ସାହୁ ଏବଂ ତରୁଣ ପ୍ରଧାନ ବୋଲି ଜଣାପଡିଛି। ପୋଲିସ ସୂଚନା ଅନୁସାରେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁଙ୍କ ସହ ଏକ ଟିମ ବନ୍ଧଗଡ଼ ଠାରୁ ଗୁଟିଙ୍ଗିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଜୋକେ ଛକ ନିକଟରେ କାରଟିକୁ କାବୁ କରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରେ କାରକୁ ଯାଞ୍ଚ କରିବା ସମୟରେ ସେଥିରୁ ୧୬ କିଲୋ ଦୁଇଶହ ଗ୍ରାମ ଗଞ୍ଜେଇ ବାହାରିଥିଲା। ପରେ ପୁଲିସ କାର ଚାଳକ ସହ ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।
Popular Categories



