www.samajalive.in
Wednesday, December 10, 2025
23.1 C
Bhubaneswar

ନଇଁ ପଡ଼ିଛି ବିଦ୍ୟୁତ ଖୁଣ୍ଟ, ଟାଟା ପାୱାର ନିରବ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ଠାରୁ ଆର୍ ଆଇ ଅଫିସ୍ ଦେଇ ସିର୍ଲିଗୁଡା ଯିବା ରାସ୍ତା ସଂଯୋଗ କରୁଥିବା କଲୋନୀ ପଡ଼ା ନିକଟେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହିଛି। ପ୍ରାୟ ଦୁଇମାସ ତଳେ କାଳବୈଶାଖୀରେ ଏହି ଖୁଣ୍ଟ ନଇଁ ପଡିଥିବା ଅବସ୍ଥାରେ ରହିଥିବା ବେଳେ ବିଦ୍ୟୁତ୍ ସରବରାହ ଚାଲୁ ରହିଛି। ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଏହି ରାସ୍ତା ଦେଇ ଲୋକେ ଯିବା ଆସିବା କରୁଛନ୍ତି। କୌଣସି ସ୍ଥାନରେ ଦୁର୍ଘଟଣା ନ ଘଟିବା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ଚେତା ପଶିବ ନାହିଁ। ସ୍କୁଲ୍ ଛାତ୍ରଛାତ୍ରୀ ଓ ଶହ ଶହ ସଂଖ୍ୟାରେ ଲୋକ ପ୍ରତିଦିନ ଏହି ବିଦ୍ୟୁତ୍ ଖୁଣ୍ଟ ତଳ ଦେଇ ଯାତାୟତ କରିଥାନ୍ତି। ଖୁଣ୍ଟ ମରାମତି ନହେଲେ ଧନ ଜୀବନ ହାନିର ଆଶଙ୍କା ରହିଛି। ସେହିପରି କୋକସରାରୁ ଝରିଆଗୁଡ଼ା ଯିବା ବାଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାଖ ଚାଷ ଜମିରେ ମଧ୍ୟ ପାଖାପାଖି ଦୁଇମାସ ହେବ ବିଦ୍ୟୁତ ଖୁଣ୍ଟ ପଡ଼ିରହିଛି। କେବଳ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରି ବିଭାଗ କିନ୍ତୁ ଏଠି ନୀରବ। ଏହିଭଳି ସମ୍ବେଦନଶୀଳ ଘଟଣାକୁ ମାସ ମାସ ବିତିଯାଇଥିଲେ ହେଁ ଟିପିଡବ୍ଲୁଡିଏଲ୍ ତୁରନ୍ତ ମରାମତି ନ କରି ଅବହେଳା କରିବା ତାର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଟିପିଡବ୍ଲୁଡିଏଲ୍ ବିଭାଗୀୟ ଯନ୍ତ୍ରୀ ବ୍ରଜମୋହନ ଦଳେଇ ସହ ଯୋଗାଯୋଗ କରିବାରୁ ଆମେ ଖୁବ ଶୀଘ୍ର ଏହାର ମରାମତି କରିବୁ ବୋଲି କହିଥିଲେ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories