www.samajalive.in
Wednesday, December 10, 2025
15.1 C
Bhubaneswar

ଦଶମ ବୋର୍ଡରେ ୟତନରାଜ ଜିଲ୍ଲା ଶ୍ରେଷ୍ଠ

ଭବାନୀପାଟଣା: ଦଶମ ବୋର୍ଡ ପରୀକ୍ଷାରେ ମେଦିନୀପୁର ହାଇସ୍କୁଲ ଛାତ୍ର ୟତନରାଜ ସାହୁ ଜିଲ୍ଲା ଶ୍ରେଷ୍ଠ ହେଇଛନ୍ତି। ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚଳିତ ବର୍ଷ ଅନୁଷ୍ଠିତ ଦଶମ ବୋର୍ଡ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ୯୫.୮୬ ପ୍ରତିଶତ ପାସ୍ ହାର ରହିଛି। ତେବେ ଜିଲାର ମାତ୍ର ୬ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଏ ୱାନ ଗ୍ରେଡ୍ ପାଇଛନ୍ତି। ସେଥିମଧ୍ୟରୁ ମେଦିନୀପୁର ହାଇସ୍କୁଲର ୟତନରାଜ ସାହୁ ମୋଟ ୬୦୦ ମାର୍କ ମଧ୍ୟରୁ ୫୪୬ ମାର୍କ ଅର୍ଥାତ୍ ୯୧ ପ୍ରତିଶତ ମାର୍କ ରଖି ଜିଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସଦର ବ୍ଲକ ଶାଲେଭଟା ଗାଁର ଲଳିତ ମୋହନ ସାହୁ ଏବଂ ଯଶୋବନ୍ତି ସାହୁଙ୍କ ପୁଅ ୟତନରାଜ ଜିଲ୍ଲାରେ ଶ୍ରେଷ୍ଠ ହେବାପରେ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟୁଛି। ସେହି ସ୍କୁଲ୍ର ଜସ୍ମିନ ପ୍ରଧାନ ୫୪୦ ଏବଂ ଖୁସବୁ ମେହେର ୫୪୦ ମାର୍କ ରଖି ଏ ୱାନ ଗ୍ରେଡ ହାସଲ କରିଛନ୍ତି। ଏହି ତିନି ଛାତ୍ରଛାତ୍ରୀ ସ୍ଥାନୀୟ ଶାସ୍ତ୍ରୀଜି ଶିକ୍ଷା ନିକେତନର ହଷ୍ଟେଲରେ ରହି ଅନୁବନ୍ଧିତ ମେଦିନୀପୁର ହାଇସ୍କୁଲରେ ଦଶମ ଶ୍ରେଣୀ ରେ ପଢୁଥିଲେ। ଗତବର୍ଷ ମଧ୍ୟ ଶାସ୍ତ୍ରୀଜି ଶିକ୍ଷା ନିକେତନର ଛାତ୍ର ଛାତ୍ରୀ ମାନେ ମେଦିନୀପୁର ହାଇସ୍କୁଲରେ ପରୀକ୍ଷା ଦେଇ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ସହ ସର୍ବାଧିକ ଏ ୱାନ ଗ୍ରେଡ ପାଇଥିଲେ। ଥୁଆମୂଳ ରାମପୁର ବ୍ଲକର ଗୋପାଲପୁର ଆଶ୍ରମ ସ୍କୁଲ୍ ସ୍କୁଲ ଛାତ୍ରୀ ସୁପ୍ରଭା ନାୟକ ୫୪୦ ମାର୍କ, ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ହାଇସ୍କୁଲର ପ୍ରଭାସ ନାୟକ ୫୪୦ ମାର୍କ ଏବଂ ଧର୍ମଗଡ ବ୍ଲକର ସନ୍ଧିକୁଲିଆରୀ ସ୍କୁଲର ଚୁମନ ଲାଲ ବୁଡେକ ୫୪୦ ମାର୍କ ରଖି କୃତିତ୍ୱର ସହିତ ଏ ୱାନ ଗ୍ରେଡ ପାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେଦିନୀପୁର ହାଇସ୍କୁଲରେ ପରୀକ୍ଷା ଦେଇଥିବା ମୋଟ ୧୭୩ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଶାସ୍ତ୍ରୀଜି ଶିକ୍ଷା ନିକେତନର ୬୭ ଜଣ ଛାତ୍ର ଛାତ୍ରୀ ଅଛନ୍ତି। ଏହି ସ୍କୁଲର ସମସ୍ତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories