ଶିଶୁ ସାଜିଲେ ସାମ୍ବାଦିକ

ବାଉଁଶୁଣି: ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ୱଆଇସିଡିଏ, ବାଉଁସୁଣୀ ଆନୁକୂଲ୍ୟରେ ଅନୁଷ୍ଠାନର ସମ୍ମିଳନୀ ଗୃହରେ ଶିଶୁ ସାମ୍ବାଦିକ ଶୀର୍ଷକ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମନୁପାଲି, ଖଲିଆପାଲି ଏବଂ କସୁରବନ୍ଧ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୦ ଜଣ ଶିଶୁ ଯୋଗଦେଇ ସେମାନେ କିପରି ଜଣେ ଜଣେ ଶିଶୁ ସାମ୍ବାଦିକ ହୋଇ ନିଜ ଅଧିକାର ସହିତ ନିଜ ବିଦ୍ୟାଳୟ ଏବଂ ଗ୍ରାମର ବିଭିନ୍ନ ସମସ୍ୟାର ସମ୍ପର୍କରେ ସମ୍ବାଦ ପରିବେଷଣ କରି ସମାଧାନରେ ନିଜକୁ ସାମିଲ କରି ପାରିବେ ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା। ତାଲିମ୍ ସହିତ ସମସ୍ୟା ଜନିତ ସମ୍ବାଦ ସଂଗ୍ରହ ପାଇଁ କ୍ଷେତ୍ର ସ୍ତରରେ ସମସ୍ୟା ଚି଼ହ୍ନଟ ସହ ସମ୍ବାଦ ପ୍ରସ୍ତୁତ ସହ ପରିବେଷଣ କରିଥିଲେ। କର୍ମଶାଳାରେ ପ୍ରଶିକ୍ଷକ ଭାବେ ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଦିବ୍ୟ ଶଂକର ରାଉତ ଯୋଗଦାନ କରି ଶିଶୁ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Comments are closed.